31.1 C
Bhubaneswar
Wednesday, July 16, 2025
Homeଓଡିଶାହୀରାକୁଦର ଆଉ ୪ ଟି ଗେଟ ଖୋଲିଲା

ହୀରାକୁଦର ଆଉ ୪ ଟି ଗେଟ ଖୋଲିଲା

ସମ୍ବଲପୁର : ହୀରାକୁଦ ଡ୍ୟାମର ପୁଣି ୪ ଟି ଗେଟ ଖୋଲିଲା । ବର୍ତ୍ତମାନ ୨୮ ଟି ଗେଟ ଦେଇ ଡ୍ୟାମ ରୁ ଜଳ ନିଷ୍କାସନ ଜାରି ।
ଉପରମୁଣ୍ଡରେ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି କାରଣରୁ ଆଉ ୪ଟି ଗେଟ୍ ଆଜି ଖୋଲା ଯାଇଛି। ବର୍ତ୍ତମାନ ମୋଟ ୨୮ଟି ଗେଟ୍ ଦେଇ ଜଳନିଷ୍କାସନ ଜାରି ରହିଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି। ତେବେ ଏହା ମଧ୍ୟରେ ଆଗାମୀ ୧୨ ଘଣ୍ଟାରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ମିଳିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଫଳରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଜିଲାରେ ପ୍ରବଳ ବର୍ଷା ହେବ। ଅଗଶିଷ୍ଟ ୧୬ ଜିଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking