28.1 C
Bhubaneswar
Thursday, September 19, 2024
Homeଓଡିଶାରାଜ୍ୟର ୪ ମେଡିକାଲ କ୍ୟାମ୍ପସରେ ହେବ ସ୍ଥାୟୀ ହେଲିପ୍ୟାଡ୍

ରାଜ୍ୟର ୪ ମେଡିକାଲ କ୍ୟାମ୍ପସରେ ହେବ ସ୍ଥାୟୀ ହେଲିପ୍ୟାଡ୍

ବ୍ରହ୍ମପୁର : ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ। ସମସ୍ତ ସରକାରୀ ଚିକିତ୍ସାଳୟରେ ଆଧୁନିକ ଯନ୍ତ୍ରପାତି ସହିତ ୨୪ଘଣ୍ଟିଆ ଚିକିତ୍ସାସେବା ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଉପରେ ଦିଆଯାଉଛି ଗୁରୁତ୍ତ୍ୱ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ନେଇଛନ୍ତି ବଡ଼ ପଦକ୍ଷେପ। ଦୁର୍ଗମ ଅଞ୍ଚଳକୁ ବିମାନ ଚିକିତ୍ସାସେବା ଯୋଗାଇବା ପରେ ବର୍ତ୍ତମାନ ସହରାଞ୍ଚଳରେ କିଭଳି ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇ ଦିଆଯାଇପାରିବ ଏବଂ ନିର୍ଦ୍ଧାରିତ ସମୟରେ ରୋଗୀଙ୍କୁ ଏମ୍ସ ଭଳି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିବ ସେଥିପାଇଁ ଯୋଜନା ଚୂଡାନ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking