ନାଇରୋବି : ଆଫ୍ରିକୀୟ ରାଷ୍ଟ୍ର କେନିଆର ଏକ ଜଙ୍ଗଲରେ ପ୍ରଭୁ ଯୀଶୁଙ୍କ ଦର୍ଶନ ପାଇବାକୁ ପ୍ରାର୍ଥନା କରୁଥିବାବେଳେ ୪ ଜଣ ପ୍ରାଣ ହରାଇଛନ୍ତି । କିଲିଫି ପ୍ରଦେଶରେ ଏହି ଘଟଣା ଘଟିଛି । ଯୀଶୁଙ୍କ ଦର୍ଶନ ପାଇବାକୁ ହେଲେ ଭୋକଉପାସରେ ଜଙ୍ଗଲରେ ପ୍ରାର୍ଥନା କରିବାକୁ ପଡିବ ବୋଲି କୁଆଡେ ଏମାନଙ୍କୁ ଆକାଶବାଣୀ ହୋଇଥିଲା । ଫଳରେ ସେମାନେ ଦୀର୍ଘ ପନ୍ଦର ଦିନ ଧରି ଖାଦ୍ୟ, ପାନୀୟ ବିନା ସେଠାରେ ଅଧିଆ ପଡିଥିଲେ । ଶନିବାର ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଦାର କରାଯାଇଛି ।