ବଲାଙ୍ଗିର, – ବଲାଙ୍ଗିର ଜିଲ୍ଲାରେ ଆଜି ଜଣେ କରୋନା ଯୋଦ୍ଧାଙ୍କ ସମେତ ୪ କଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଥିବା ବଲାଙ୍ଗୀର ସହର ତାଲପାଲି ପଡାର ଜଣେ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ପ୍ରଶାସନ ତରଫରୁ ଦିଆ ଯାଇଥିବା ସୂଚନା ଅନୁଯାୟୀ , ମୁରିବାହାଲ ବ୍ଲକ , ଦେଓଗାଁ ବ୍ଲକ ଓ ବଲାଙ୍ଗୀର ସହରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେବା ସହ ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି । ତାଲପାଲି ପଡାର ଚିହ୍ନଟ ହୋଇଥିବା ମହିଳା ଜଣଙ୍କ ବୟସ ୪୦ ହୋଇଥିବା ବେଳେ ସେ କରୋନା ପଜିଟିଭ ରୋଗୀଙ୍କ ସଂଷ୍ପର୍ଷରେ ଆସି ଆକ୍ରାନ୍ତ ହୋଇଛନ୍ତି । ମୁରିବାହାଲ ବ୍ଲକ ଦେସିଲ ଗାଁରୁ ଚିହ୍ନଟ ହୋଇଥିବା ଜଣେ ପୁରୁଷଙ୍କ ବୟସ ୩୩ ହୋଇଥିବା ବେଳେ ସେ ଆନ୍ଧ୍ର ପ୍ରଦେଶ ଫେରନ୍ତା । ସେ ୧୭ ଜୁଲାଇ ରୁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଦେଓଗାଁ ବ୍ଲକ ଉପରଝର ଗାଁରୁ ଚିହ୍ନଟ ହୋଇଥିବା ୨୮ ବର୍ଷର ପୁରୁଷ ହେଉଛନ୍ତି ପଞ୍ଜାବ ଫେରନ୍ତା । ସେ ଜୁଲାଇ ୧୨ ତାରିଖରୁ ହୋମ କ୍ୱାରେଣ୍ଟାଇନରେ ଥିଲେ । ସେହିପରି କାର୍ଯ୍ୟରତ ଥିବା ଜଣେ କରୋନା ଯୋଦ୍ଧା ମହିଳା ହୋଇଥିବା ବେଳେ ତାଙ୍କ ବୟସ ହେଉଛି ୩୪ । ଇତି ମଧ୍ୟରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଙ୍ଖ୍ୟା ୨୮୬ରେ ପହଂଚି ଥିବା ବେଳେ ୪୦ କେସ ସକ୍ରିୟ ରହିଛି ଓ ୨୪୬ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।