25.1 C
Bhubaneswar
Monday, October 21, 2024
Homeଖେଳଆଇସିସି ମୋଷ୍ଟ୍ ଭାଲ୍ୟୁଏବଲ୍ ଟିମ୍‌ରେ ୪ ଅଷ୍ଟ୍ରେଲୀୟ

ଆଇସିସି ମୋଷ୍ଟ୍ ଭାଲ୍ୟୁଏବଲ୍ ଟିମ୍‌ରେ ୪ ଅଷ୍ଟ୍ରେଲୀୟ

ଦୁବାଇ: ରବିବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଶେଷ ହୋଇଥିବା ବେଳେ ସୋମବାର ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟ୍‌ର ମୋଷ୍ଟ୍ ଭାଲ୍ୟୁଏବଲ୍ ଟିମ୍‌ର ଘୋଷଣା କରାଯାଇଛି । ଏହି ଟିମ୍‌ରେ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳର ୪ ଜଣ ଖେଳାଳି ଥିବା ବେଳେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତୀୟ ଦଳର ଜଣେ ବି ଖେଳାଳି ନାହାନ୍ତି । ଟିମ୍‌ରେ ସ୍ଥାନ ପାଇଥିôବା ୪ ଜଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ଉଭୟ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିବା ଆଲିସା ହିଲି, ଅଧିନାୟିକା ମେଗ୍ ଲାନିଙ୍ଗ୍‌, ଉପଅଧିନାୟିକା ତଥା ଓପନର ରାଚେଲ୍ ହେନ୍ସ ଓ ବେଥ୍ ମୂନୀ ରହିଛନ୍ତି । ଗତ ବିଶ୍ୱକପ୍‌ରେ ହିଲି ସର୍ବାଧିକ ୫୦୯ ରନ୍ କରିଥିବା ବେଳେ ହେନ୍ସ ଦ୍ୱିତୀୟ ସର୍ବାଧିକ ୪୯୭ ରନ୍ କରିଥିଲେ । ଆଇସିସି ପକ୍ଷରୁ ଘୋଷିତ ଟିମ୍‌ରେ ହେନ୍ସଙ୍କୁ ଚତୁର୍ଥ ସ୍ଥାନରେ ରଖାଯାଇଥିବା ବେଳେ ତାଙ୍କ ଓପନିଂ ଯୋଡ଼ିଦାର ହିଲିଙ୍କ ସହ ସାଉଥ୍ ଆଫ୍ରିକାର ଲୌରା ଉଲଭାର୍ଟଙ୍କୁ ଓପନର୍ ଭାବେ ନିଆଯାଇଛି । ୨୨ ବର୍ଷୀୟ ଉଲଭାର୍ଟ ଗତ ବିଶ୍ୱକପ୍‌ରେ ୫ଟି ଅର୍ଦ୍ଧଶତକ କରିଥିବା ବେଳେ ଟିମ୍‌ରେ ତାଙ୍କ ସହ ଅଲ୍‌ରାଉଣ୍ଡର୍ ମାରିଜେନ୍ କାପ୍ ଓ ପେସର୍ ଶବନିମ୍ ଇସମାଲଙ୍କୁ ସ୍ଥାନ ମିଳିଛି । ରନର୍ସଅପ୍ ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ୍ ଓ ନାତାଲି ସ୍କିଭର୍ ରହିଥିବା ବେଳେ ୱେଷ୍ଟ୍‌ଇଣ୍ଡିଜ୍‌ର ହେଲି ମାଥ୍ୟୁସ୍ ଓ ବାଂଲାଦେଶର ସଲମା ଖାତୁନ୍ ସ୍ଥାନ ପାଇଛନ୍ତି । ବାଂଲାଦେଶ ଅଫ୍‌ସ୍ପିନର୍ ଖାତୁନ୍ ଗତ ବିଶ୍ୱକପ୍‌ରେ ୧୦ଟି ୱିକେଟ୍ ନେଇଥିଲେ । ସେହିପରି ଚାର୍ଲି ଡିନ୍ ଦ୍ୱାଦଶ ଖେଳାଳି ଭାବେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking