36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଗୋଟିଏ ପେଗ୍ ର ଦାମ୍ ୪.୭ କୋଟି: ଜାଣନ୍ତୁ କେଉଁଠି ମିଳେ ଏହି ହ୍ୱିସ୍କି

ଗୋଟିଏ ପେଗ୍ ର ଦାମ୍ ୪.୭ କୋଟି: ଜାଣନ୍ତୁ କେଉଁଠି ମିଳେ ଏହି ହ୍ୱିସ୍କି

ଜାପାନ: ଆଜିକାଲି ଅନେକ ଲୋକ ନିଶା ଦ୍ରବ୍ୟ ସେବନ କରୁଛନ୍ତି । ବିଶେଷ କରି ଯୁବପିଢିମାନେ ଏହି ନିଶାଦ୍ରବ୍ୟର ଶିକାର ହେଉଛନ୍ତି । ତେବେ ଭାରତ ଅପେକ୍ଷା ଅନ୍ୟ ଦେଶମାନଙ୍କରେ ଏହି ମଦ କିମ୍ବା ନିଶା ଦ୍ରବ୍ୟ ସେବନ କରିବା ସତେ ଯେପରି ଏକ ସାଧାରଣ କଥା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଦେଶ ରହିଛି ଯେଉଁଠାରେ ଏହି ମଦକୁ ନିଲାମ କରାଯାଇଥାଏ । ଏବଂ ସେହି ମଦର ଗୋଟିଏ ପେକକୁ ଲୋକେ କୋଟି କୋଟି ଟଙ୍କା ଦେଇ କିଣିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଦେଷ ବେଂ ମଦ ବିଷୟରେ ଯାହାର ଗୋଟିଏ ପେଗ୍ ର ଦାମ କୋଟି କୋଟି ଟଙ୍କା ।

ଜାପାନର ସର୍ବ ପୁରାତନ ଏବଂ ମହଙ୍ଗା ୱିସ୍କି ହେଉଛି ୟାମାଜାକି ୫୫ । ଯାହା ପ୍ରତି ବର୍ଷ ନିଲାମ ହୋଇଥାଏ । ତେବେ ଚଳିତ ବର୍ଷ ମଧ୍ୟ ସୋଥବିଙ୍କ ନିଲାମରେ ୭୫୦ ମିଲି ପ୍ୟାକ୍ ୱିସ୍କିକୁ ୮,୦୦,୦୦୦ ଡଲାରରେ (ପ୍ରାୟ ୬୫.୨କୋଟି ଟଙ୍କା) ବିକ୍ରି କରାଯାଇ ଥିଲା । ଏହିପରି, ୟାମାଜାକି ୫୫ହ୍ୱିସ୍କିର ଗୋଟିଏ ସଟ୍ ବା ପେଗ୍ କୁ ପ୍ରାୟ ୪.୭ କୋଟି ଟଙ୍କା ମୂଲ୍ୟରେ ନିଲାମ କରାଯାଇଥିଲା । ୟାମାଜାକି ୫୫ ହ୍ୱିସ୍କି ୧୯୬୦ ରେ ପ୍ରଥମେ ଡିଷ୍ଟିଲ୍ ହୋଇଥିଲା ।

ତେବେ ହାଉସ୍ ଅଫ୍ ସଣ୍ଟୋରୀ ଇତିହାସରେ ଏହା ହେଉଛି ସର୍ବ ପୁରାତନ ସିଙ୍ଗଲ୍ ମାଲ୍ଟ୍ ହ୍ୱିସ୍କି । ସଣ୍ଟୋରିର ପଞ୍ଚମ ପିଢିର ମୁଖ୍ୟ ବ୍ଲେଣ୍ଡର ସିଞ୍ଜି ଫୁକୁୟୋ ଏବଂ ତୃତୀୟ ପିଢିର ମାଷ୍ଟର ବ୍ଲେଣ୍ଡର ଶିଙ୍ଗୋ ତୋରି ଦ୍ୱାରା ରାଇଟ୍ ବ୍ଲେଣ୍ଡର ସୃଷ୍ଟି କରାଯାଇଥିଲା । ଏହା ବ୍ୟତୀତ ସେ ଏହାକୁ ସଠିକ୍ ଭାବରେ ମିଶ୍ରଣ କରିବାର ଚମତ୍କାର କଳାକୁ ଆୟତ୍ତ କରିଛନ୍ତି । ଏନେଇ ସଣ୍ଟୋରିର ଅନ୍ୟତମ ମୁଖ୍ୟ ବ୍ଲେଣ୍ଡର ସିଞ୍ଜି ଫୁକୁୟୋ ତାଙ୍କ ୱେବସାଇଟରେ କହିଛନ୍ତି ଯେ ଏକ ପୁରାତନ ସ୍କଚ୍ ହ୍ୱିସ୍କି ମୋତେ ଏହି ପଦବୀ ଦେଇଛି । ୟାମାଜାକି ୫୫ ଏକ ପୁରୁଣା ବୌଦ୍ଧ ମୂର୍ତ୍ତି ପରି । ଶାନ୍ତ ଏବଂ ରହସ୍ୟମୟ । ନାରାର ତୋଶୋଇଜୀ ମନ୍ଦିର ରି ଜାପାନୀ ଧୂପ ଏବଂ କିଛି ପୁରୁଣା କାଠର ଗନ୍ଧ ସହିତ ଏହାର ଭିତର ସୌନ୍ଦର୍ଯ୍ୟକୁ ବାହାର କରିବାକୁ ସମୟ ଲାଗେ । ସୋଥେବିଙ୍କ ୱେବସାଇଟ୍ ଅନୁଯାୟୀ ଏହି ଓଲ୍ଡ ହ୍ୱିସ୍କି ବର୍ତ୍ତମାନ ଜାପାନରେ ସୀମିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking