27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଶସ୍ତା ହେବ ଖାଇବା ତେଲ ଓ ସୁନା-ରୂପା! ଆମଦାନୀ ମୂଲ୍ୟ ହ୍ରାସ କଲେ ସରକାର

ଶସ୍ତା ହେବ ଖାଇବା ତେଲ ଓ ସୁନା-ରୂପା! ଆମଦାନୀ ମୂଲ୍ୟ ହ୍ରାସ କଲେ ସରକାର

ନୂଆଦିଲ୍ଲୀ: ଆଗାମୀ ଦିନରେ ଖାଇବା ତେଲ ସହିତ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇପାରେ । କାହିଁକି ନା ସରକାର ଖାଇବା ତେଲ, ସୁନା ଓ ରୂପାର ମୌଳିକ ଆମଦାନୀ ମୂଲ୍ୟ ହ୍ରାସ କରିଛନ୍ତି । ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ବିଶ୍ୱ ବଜାରର ମୂଲ୍ୟରେ ଉନ୍ନତି ଘଟିଛି ।

ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି । ଏହି ରିପୋର୍ଟ ଅନୁଯାୟୀ, ଅଶୋଧିତ ପାମ୍ ଅଏଲର ବେସ୍ ମୂଲ୍ୟ ଟନ୍ ପିଛା ୯୯୬ ଡଲାରରୁ ୯୩୭ ଡଲାରକୁ ହ୍ରାସ କରାଯାଇଛି । ଏହା ପରେ ଅନୁମାନ କରାଯାଉଛି ଯେ ପାମ୍ ଅଏଲର ବେସ୍ ମୂଲ୍ୟ ହ୍ରାସ ଦ୍ୱାରା ଖାଇବା ତେଲର ମୂଲ୍ୟ ହ୍ରାସ ହୋଇପାରେ । ଏହି ଆଧାରରେ ଆମଦାନୀକାରୀଙ୍କ ଦ୍ୱାରା କେତେ ଟ୍ୟାକ୍ସ ଦେବାକୁ ପଡିବ, ତାହା ହିସାବ କରାଯାଇଛି ।

ଏହା ବ୍ୟତୀତ ଆରବଡି ପାମ୍ ଅଏଲର ମୂଳ ମୂଲ୍ୟ ଟନ ପିଛା ୧,୦୧୯ ରୁ ୯୮୨ ଡଲାରକୁ ହ୍ରାସ ପାଇଛି । ଆରବିଡି ପାଲମୋଲେନର ମୂଳ ମୂଲ୍ୟ ଟନ ପିଛା ୧,୦୩୫ ରୁ ୯୯୮ ଡଲାରକୁ ହ୍ରାସ ପାଇଛି । ଅଶୋଧିତ ସୋୟାବିନ ତେଲର ମୂଳ ମୂଲ୍ୟ ଟନ ପିଛା ୧,୩୬୨ ରୁ ୧,୨୫୭ ଡଲାର ଓ ସୁନାର ମୂଳ ମୂଲ୍ୟ ୧୦ ଗ୍ରାମ ପିଛା ୫୪୯ ଡଲାର ହ୍ରାସ ପାଇ ୧୦ ଗ୍ରାମ ପିଛା ୫୫୩ ଏବଂ ରୂପା ମୂଳ ମୂଲ୍ୟ କିଲୋଗ୍ରାମ ପିଛା ୬୩୫ ଡଲାରରୁ ୬୦୮ ଡଲାରକୁ ହ୍ରାସ ପାଇଛି । ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ମୌଳିକ ଆମଦାନୀ ମୂଲ୍ୟରେ ହ୍ରାସ ଯୋଗୁଁ ଖାଇବା ତେଲ ସହିତ ଘରୋଇ ବଜାରରେ ସୁନା ଓ ରୂପା ମୂଲ୍ୟରେ କିଛି ହ୍ରାସ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking