16.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶ୪.୧ ତୀବ୍ରତା ଭୂକମ୍ପରେ ଥରିଲା ଭାରତର ଭୂସ୍ବର୍ଗ

୪.୧ ତୀବ୍ରତା ଭୂକମ୍ପରେ ଥରିଲା ଭାରତର ଭୂସ୍ବର୍ଗ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ଜମ୍ମୁ କାଶ୍ମୀରରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ୪.୧ ତୀବ୍ରତାରେ ଭୂକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ୧୫ ମିନିଟ ସମୟରେ ଜମ୍ମୁ କାଶ୍ମୀରରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର ଅକ୍ଷାଂଶ ୩୫.୦୬ ଏବଂ ଦ୍ରାଘିମା ୭୪.୪୯ ରହିଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ ।

ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ପ୍ରକାଶଥାଉକି, ଗତ ବର୍ଷ ଅଗଷ୍ଟ ୨୫ ତାରିଖରେ ଜମ୍ମୁ-କଶ୍ମୀର କତାରରେ ଭୂକମ୍ପ ଅନୁଭୂତ ହୋଇଥିଲା । କିଛି ସମୟ ବ୍ୟବଧାନରେ ଦୁଇ ଦୁଇଥର ଭୂମିକମ୍ପ ହୋଇଥିଲା । ପ୍ରଥମେ କତାରରେ ଭୂକମ୍ପ ସଂଘଠିତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ର ୪.୧ ରେକର୍ଡ କରାଯାଇଥିବା ବେଳେ ଗଭୀରତା ମାଟିରୁ ୫ କିମି ତଳେ ରହିଥିଲା । କତାର ୬୨ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ ଭୂକମ୍ପ ହୋଇଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିଲା । ଏହାପରେ ପୁଣି ଦ୍ବିତୀୟଥର କତାରରେ ଭୂମିକମ୍ପ ଝଟକା ଲାଗିଥିଲା । ଭୂକମ୍ପର ତୀବ୍ରତା ୩.୨ ରହିଥିବା ବେଳେ ଗଭୀରତା ଭୂପୃଷ୍ଠରୁ ୫ କିମି ତଳେ ଚିହ୍ନଟ କରାଯାଇଥିଲା । ଦୁଇଟିଯାକ ଭୂମିକମ୍ପରେ କେହି ମୃତାହତ ହୋଇନଥିଲେ । ଏହାପୂର୍ବରୁ ଜମ୍ମୁ ଓ କଶ୍ମୀରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଥିବା ହାନ୍‌ଲୀ ଗ୍ରାମରେ ୩.୧ ତୀବ୍ରତାର ମୃଦୁ ଭୂକମ୍ପ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking