33.1 C
Bhubaneswar
Tuesday, May 21, 2024
Homeଓଡିଶାଆଜିଠୁ ଆରମ୍ଭ ହେବ ଓବିସି ସର୍ଭେ

ଆଜିଠୁ ଆରମ୍ଭ ହେବ ଓବିସି ସର୍ଭେ

ଭୁବନେଶ୍ୱର :  ଆଜିଠୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ । ଆସନ୍ତା ୨୭ ତାରିଖ ଯାଏ ସର୍ଭେ ଚାଲିବ । ପ୍ରତି ଗାଁରେ ଉଭୟ ଅଫଲାଇନ୍‌ ଓ ଅନଲାଇନରେ ଓବିସିଙ୍କ ସର୍ଭେ କରାଯିବ । ଏଥିପାଇଁ ପ୍ରତି ଓ୍ଵାର୍ଡରେ ଏନୁମରେଟର ସେଣ୍ଟର ଖୋଲାଯିବାକୁ ବ୍ୟବସ୍ଥା ହୋଇଛି । ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ ମେ ୨୧ରୁ ୨୭ ଯାଏ ସ୍ୱତନ୍ତ୍ର ଡ୍ରାଇଭ କରାଯିବ । ଜଣେ ବ୍ୟକ୍ତି ଓବିସି କମିଶନଙ୍କ ୱେବ୍‌ସାଇଟ୍ କୁ ଯାଇ ଅନଲାଇନରେ ନାଁ ପଞ୍ଜିକରଣ କରିପାରିବେ । ଅଫଲାଇନ୍‌ ସର୍ଭେ ପାଇଁ ପ୍ରତି ଗାଁ ଏବଂ ଓ୍ଵାର୍ଡ କେନ୍ଦ୍ର ବା ଏନୁମରେଟର ସେଣ୍ଟରରେ ବ୍ୟବସ୍ଥା କରାଯାଇଛି । ଏଠାରେ ଅଙ୍ଗନବାଡି କର୍ମୀ ବା ସ୍ଥାନୀୟ ଶିକ୍ଷକଙ୍କୁ ଏନୁମରେଟର ଭାବେ ନିଯୁକ୍ତି କରାଯିବ ।

ପରିବାର ସଦସ୍ୟ କିମ୍ବା ଯେକୌଣସି ସଦସ୍ୟ ସର୍ଭେ କେନ୍ଦ୍ରକୁ ଯାଇ ପରିବାରର ସମସ୍ତ ତଥ୍ୟ ଦେଇ ପଞ୍ଚିକରଣ କରିପାରିବେ । ପଞ୍ଜିକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟପତ୍ର, ପାନ କାର୍ଡ କିମ୍ବା ପାସପୋର୍ଟକୁ ପ୍ରମାଣପତ୍ର ଭାବରେ ଦେଖାଇ ପାରିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୫ଟା ଯାଏ ସର୍ଭେ ଚାଲିବ । ଏହି କାମ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ ମାଷ୍ଟର ଟ୍ରେନର, ଏନୁମରେଟର ଓ ସୁପରଭାଇଜରଙ୍କୁ ଟ୍ରେନିଂ ଦିଆଯାଇଛି । ରାଜ୍ୟ ସରକାର ୨୦୮ଟି ସମ୍ପ୍ରଦାୟଙ୍କୁ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ଶ୍ରେଣୀ ଭାବରେ ଚିହ୍ନଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking