30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ୩୭ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ଶ୍ରୀଲଙ୍କାରେ ୩୭ ଭାରତୀୟ ମତ୍ସ୍ୟଜୀବୀ ଗିରଫ

କଲମ୍ବୋ : ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ସୋମବାର ୩୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କର ୫ଟି ମାଛଧରା ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି । ଗିରଫ ମତ୍ସ୍ୟଜୀବୀମାନେ ତାମିଲନାଡୁ ବାସିନ୍ଦା । ମାଛ ଧରୁଥିବାବେଳେ ସେମାନେ ବେଆଇନଭାବେ ଶ୍ରୀଲଙ୍କା ଜଳରାଶିରେ ପ୍ରବେଶ କରିବାରୁ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ମତ୍ସ୍ୟଜୀବୀଙ୍କୁ ଖଲାସ କରିବା ପାଇଁ ଶ୍ରୀଲଙ୍କା ସରକାରଙ୍କ ସହ ଆଲୋଚନା କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଇତିମଧ୍ୟରେ ଭାରତୀୟ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି । ମାଛଧରା ସେମାନଙ୍କର ଏକମାତ୍ର ବେଉସା ହୋଇଥିବାରୁ ଗିରଫ ମତ୍ସ୍ୟଜୀବୀଙ୍କ ପରିବାର ବର୍ତ୍ତମାନ ଆର୍ôଥକ ଦୂରବସ୍ଥା ଦେଇ ଗତି କରୁଥିବା ଷ୍ଟାଲିନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking