21.1 C
Bhubaneswar
Thursday, December 26, 2024
Homeଓଡିଶାବିଭିନ୍ନ ବିଭାଗରେ ୩୬୭ ଜଣ ଅଧିକାରୀଙ୍କୁ ନିଯୁକ୍ତ

ବିଭିନ୍ନ ବିଭାଗରେ ୩୬୭ ଜଣ ଅଧିକାରୀଙ୍କୁ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ୩୬୭ ଜଣ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ସେମାନଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି।ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ୮୦ ଜଣ ଷ୍ଟାଫ୍ ନର୍ସ, ୪୦ ଫାର୍ମାସିଷ୍ଟ, ୪୦ ଲ୍ୟାବ୍ ଟେକ୍ନିସିଆନ୍, ୮ ଏନ୍ଏମ୍, ୮ ଏକ୍ସ-ରେ ଟେକ୍ନିସିଆନ୍, ଋଝଓ ନିର୍ଦ୍ଦେଶାଳୟରେ ୯ ଜଣ ଓଟି ଆସିଷ୍ଟାଣ୍ଟ, ୪୮ ହସ୍ତତନ୍ତ ପ୍ରୋତ୍ସାହନ ଅଧିକାରୀ, ସମବାୟ ସମିତିର ୭ ଇନ୍ସପେକ୍ଟର, ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ୩ ଅଡିଟର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ ଜୁନିଅର ଆସିଷ୍ଟାଣ୍ଟ, କାରଖାନା ଏବଂ ବଏଲର ନିର୍ଦ୍ଦେଶାଳୟର ୯ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଏବଂ ୧୦୪ ଯୋଗାଣ ଇନ୍ସପେକ୍ଟର ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗରେ ଅଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ନିଯୁକ୍ତି ପାଇଥିବା ସମସ୍ତ ଅଧିକାରୀ ଏବଂ ଷ୍ଟାଫ୍‌ଙ୍କ ଗୋଟିଏ ଲକ୍ଷ୍ୟ ରହିବା ଦରକାର। ଆଉ ତାହା ହେଉଛି ଓଡ଼ିଶାର ଲୋକଙ୍କ ସେବା । ଏହା ସହ ମୁଖ୍ୟମନ୍ତ୍ରୀ, ସେମାନଙ୍କୁ ନିଜ ନିଜ କ୍ଷେତ୍ରରେ ଆବଶ୍ୟକୀୟ ପରିବର୍ତ୍ତନ ହାସଲ କରିବାକୁ 5T ପଦକ୍ଷେପ ଅନୁସରଣ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking