28.1 C
Bhubaneswar
Saturday, April 27, 2024
Homeଓଡିଶା୩୩ ପ୍ରସ୍ତାବକୁ କ୍ୟାବିନେଟ ମୋହର

୩୩ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ ଶେଷ । ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ସୂଚନା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକାଧିକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଆଜି କ୍ୟାବିନେଟରେ ୩୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ତାଲିକାରେ ପଞ୍ଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ବୈତରଣୀ ନଦୀରେ ୨ ଟି ବ୍ୟାରେଜ ନିର୍ମାଣ କୁ କ୍ୟାବିନେଟ ମୋହର । ୨ ଶହ କୋଟି ବ୍ୟୟରେ ହେବ ୨ଟି ବ୍ୟାରେଜ । ଭଦ୍ରକ ଧାମନଗର ଓ ଯାଜପୁର ଦଶରଥପୁର ବ୍ଲକ ଲୋକେ ଉପକୃତ ହେବେ । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ଭୂତଳ ଜଳ ଯୋଗାଣ ପ୍ରକଳ୍ପ କୁ ମଂଜୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking