28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଟ୍ରାକରେ ଛିଡା ହୋଇଥିଲା ମାଲବାହୀ ରେଳ, ପଛରୁ ପିଟିଲା ଲାହୋର ପାସେଞ୍ଜର

ଟ୍ରାକରେ ଛିଡା ହୋଇଥିଲା ମାଲବାହୀ ରେଳ, ପଛରୁ ପିଟିଲା ଲାହୋର ପାସେଞ୍ଜର

ନୂଆଦିଲ୍ଲୀ: ଭୟଙ୍କର ଦୁର୍ଘଟଣା । ଟ୍ରାକରେ ଠିଆ ହୋଇଥିଲା ମାଲବାହୀ ଟ୍ରେନ୍ । ହେଲେ ପଛରୁ ଗଡିଆସିଲା ଲାହୋର ପାସେଞ୍ଜର । ଆଖିପିଛୁଳାକେ ପିଟିଲା । ଘଟଣାରେ ୩୧ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଭୟଙ୍କର ଦୁର୍ଘଟଣା ପାକିସ୍ତାନର ପଂଜାବ ପ୍ରାନ୍ତରେ ଘଟିଛି ।ମାଲବାହୀ ଟ୍ରେନକୁ ଯାତ୍ରୀବାହୀ ଟ୍ରେନ ଧକ୍କା ଦେବା ଫଳରେ ୩୧ଜଣ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଶେଖପୁରା ଜିଲ୍ଲାର କିଲ୍ଲାସାଟର ଶାହ ଷ୍ଟେସନରେ ଏଭଳି ଭାନକ ଦୁର୍ଘଟଣା ଘଟିଛି ।  ତେବେ ଏହି ଦୁର୍ଘଟଣାକୁ ନେଇ ପୁରା ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ, ପୂର୍ବରୁ ଟ୍ରାକରେ ଏକ ମାଲବାହୀ ଟ୍ରେନ୍ ଛିଡା ହୋଇଥିଲା । ଲାହୋର ପାସେଞ୍ଜର ଟ୍ରେନଟି ସେହି ଟ୍ରାକ୍‌ରେ ଆସିଯିବାରୁ ଦୁର୍ଘଟଣା ଘଟିଲା ।
ଦୁର୍ଘଟଣାରେ ବେଳେ ଲୋକ ପାଇଲଟ ଟ୍ରେନ୍ ଅଟକାଇବାକୁ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ଏଥିରେ ସେ ବିଫଳ ହୋଇଥିଲେ । ଯେଉଁଥିପାଇଁ ଦୁର୍ଘଟଣାରେ ୩୧ ଜଣ ଯାତ୍ରୀ ଆହତ ହୋଇଥିଲେ । ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । କାହିଁକି ଏଭଳି ଦୁର୍ଘଟଣା ଘଟିଲା ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ପାଇଁ କିଏ ଦାୟୀ ସେନେଇ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ । ଏହା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking