27.1 C
Bhubaneswar
Sunday, September 8, 2024
Homeସ୍ୱାସ୍ଥ୍ୟକୋଭାକ୍ସିନ ଟିକା ନେଇଥିବା ୩୦% ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା

କୋଭାକ୍ସିନ ଟିକା ନେଇଥିବା ୩୦% ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ଟିକାର ଦୀର୍ଘମିଆଦୀ ପ୍ରଭାବକୁ ଅନୁଧ୍ୟାନ କରି ବିଏଚ୍‌ୟୁର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡ୍‌ଭର୍ସ ଇଭେଣ୍ଟସ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସ୍‌ଆଇ ନେଇ ରିପୋର୍ଟ କରିଛନ୍ତି। ପାର୍ଶ୍ବ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସ୍‌ଆଇ ରିପୋର୍ଟ କରିଥିଲେ, ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା। ଷ୍ଟ୍ରୋକ୍ ଓ ଗିଲେନ୍-ବାର୍ ସିଣ୍ଡ୍ରୋମ୍ ଭଳି ଗୁରୁତର ଏଇଏସ୍‌ଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା। ଜାନୁଆରି ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ହୋଇଥିବା ଏହି ଅଧ୍ୟୟନରେ କୋଭାକ୍ସିନ ଟିକା ନେଇଥିବା ୬୩୫ କିଶୋର ଓ ୨୯୧ ପ୍ରାପ୍ତବୟସ୍କଙ୍କୁ ସାମିଲ କରାଯାଇଥିଲା। କିଶୋରମାନଙ୍କଠାରେ ଦେଖାଯାଇଥିବା ସାଧାରଣ ଏଇଏସ୍‌ଆଇ ମଧ୍ୟରେ ଚର୍ମ ଓ ଚର୍ମତଳି ରୋଗ, ସାଧାରଣ ସମସ୍ୟା ଓ ସ୍ନାୟୁପ୍ରଣାଳୀ ବିକାର ଅନ୍ତର୍ଭୁକ୍ତ। ପ୍ରାପ୍ତବୟସ୍କଙ୍କଠାରେ ସାଧାରଣ ସମସ୍ୟା, ମାଂସପେଶୀ ଓ ଅସ୍ଥିଜନିତ ସମସ୍ୟା ଏବଂ ସ୍ନାୟୁପ୍ରଣାଳୀ ରୋଗ ଦେଖିବାକୁ ମିଳିଥିଲା।
କୋଭିଡ୍-୧୯ ହେବା ପରେ ଟିକା ନେଇଥିବା ମହିଳା ଓ କିଶୋର, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଏବଂ ଟିକାକରଣ ପରେ ଟାଇଫଏଡ୍ ହୋଇଥିବା ଲୋକମାନଙ୍କର ଏଇଏସ୍ଆଇର ସମ୍ଭାବନା ଯଥାକ୍ରମେ ୧.୬, ୨, ୨.୭ ଏବଂ ୩.୨ ଗୁଣ ଅଧିକ ଥିଲା। ଏହାବ୍ୟତୀତ, ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବା ପ୍ରାପ୍ତବୟସ୍କଙ୍କଠାରେ ଏଇଏସ୍‌ଆଇ ହେବାର ସମ୍ଭାବନା ଦୁଇଗୁଣରୁ ଅଧିକ ଥିଲା ବୋଲି ଅଧ୍ୟୟନରୁ ଜଣାପଡିଛି। ଯେଉଁ ବୟସ୍କମାନେ ତିନି ଡୋଜ୍ ଟିକା ନେଇଛନ୍ତି ଏବଂ ଯେଉଁମାନେ ବିବିଭି୧୫୨ର ମାତ୍ର ଗୋଟିଏ ଡୋଜ୍ ନେଇଛନ୍ତି ସେମାନଙ୍କଠାରେ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଲୋକଙ୍କ ତୁଳନାରେ ଯଥାକ୍ରମେ ୪ ଓ ୨ ଗୁଣ ଅଧିକ ପାର୍ଶ୍ବ ପ୍ରତିକ୍ରିୟା ହେବାର ଆଶଙ୍କା ରହିଛି ବୋଲି ଅଧ୍ୟୟନରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking