27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି କର୍ଣ୍ଣାଟକର ୩ ଯୁବକ

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି କର୍ଣ୍ଣାଟକର ୩ ଯୁବକ

ବେଙ୍ଗାଲୁରୁ: ଋଷରେ ସୁରକ୍ଷାକର୍ମୀ ଭାବରେ କାମ କରିବାକୁ ଯାଇଥିବା କର୍ଣ୍ଣାଟକର ୩ ଯୁବକ ସେଠାରେ ଫସି ରହିଛନ୍ତି । କର୍ଣ୍ଣାଟକର କାଲାବୁରାଗୀ ଜିଲ୍ଲାର ଏହି ୩ ଯୁବକ ଋଷ ଯାଇଥିଲେ । ସେଠାରେ ସେମାନେ ଏକ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କୁ ପରବର୍ତ୍ତୀ ସମରେ ସେନାରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ଏବେ ସେମାନେ ସମସ୍ୟାରେ ଅଛନ୍ତି ଓ ସ୍ୱଦେଶ ଫେରିବା ପାଇଁ ନିବେଦନ କରୁଛନ୍ତି । ପରିବାର ସଦସ୍ୟ ସ୍ଥାନୀୟ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କୁ ଏଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି । ସୂଚନା ଅନୁସାରେ,କାଲାବୁରାଗୀ ଜିଲ୍ଲାର ଆଲାନ୍ଦ ତାଲୁକର ନାରୋନା ଗାଁର ସୟଦ ଇଲିୟାସ ହୁସେନ, ମହମ୍ମଦ ସମୀର ଅହମ୍ମଦ ଓ ସୋଫିଆ ମହମ୍ମଦ ନାମକ ତିନିଜଣ ଯୁବକ ଋଷରେ ଫସି ରହିଛନ୍ତି । ଯୁବକମାନେ ସେଠାରୁ ପଠାଇଥିବା ଭିଡିଓରେ କୁହାଯାଇଛି ଯେ ମୁମ୍ବାଇର ବାବା ନାମକ ଜଣେ ଏଜେଣ୍ଟ ସେମାନଙ୍କୁ ଋଷ ପଠାଇଥିଲା । ସେମାନେ ପ୍ରଥମେ ଏକ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାମରେ ନିୟୋଜିତ ହୋଇଥିଲେ ।

ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ଥାନୀୟ ସେନାରେ ନିୟୋଜିତ କରାଯାଇଥିଲା । ସେମାନେ ଏବେ ୟୁକ୍ରେନ ସୀମାରେ ଥିବା ଭିଡିଓରେ କହଛନ୍ତି । ସେହିପରି ସେମାନଙ୍କୁ ସେନା ପୋଷାକରେ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଫସିଥିବା ଜଣେ ଯୁବକ ସୟଦ ଇଲିୟାସ ହୁସେନ୍‌ଙ୍କ ପିତା ହେଡ କନଷ୍ଟେବଲ ନୱାଜ କାଲାଗି କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡଗେଙ୍କୁ ଭେଟି ଏହି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ଏବଂ ଶିଘ୍ର ଏମାନଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଥିବା ଜଣାପଡିଛି । ସଏଦଙ୍କ ବାପା କହିଛନ୍ତି, ମୋ ପୁଅଙ୍କ ସମେତ ଏଠାରେ ଥିବା କିଛି ଯୁବକ ପୂର୍ବରୁ ଦୁବାଇରେ କାମ କରୁଥିଲେ । ଦୁଇ ବର୍ଷ ପରେ ସେମାନେ କର୍ଣ୍ଣାଟକ ଫେରିଥିଲେ । ପରେ ମୁମ୍ବାଇର ଜଣେ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିଥିଲେ । ସମସ୍ତଙ୍କୁ ଋଷରେ କାମ ଦେବାକୁ କହି ଏଜେଣ୍ଟ ସେମାନଙ୍କୁ ଋଷ ପଠାଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେମାନେ ସେନାରେ ନିୟୋଜିତ ହୋଇଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଫେରସ୍ତ ଆଣିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking