ପୁରୀ : କାର୍ତ୍ତିକ ମାସ ନୀତିକାନ୍ତି ନେଇ ନୀତି ସବ୍ କମିଟି ବୈଠକରେ ଚୂଡାନ୍ତ । କାର୍ତ୍ତିକ ବ୍ରତ , ହବିଷ୍ୟାଳୀ ରହଣୀ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା । ଏ ଯାଏ ୮ ଶହ ହବିଷ୍ୟାଳୀ ପଂଜୀକରଣ କରିଛନ୍ତି । ସଂଖ୍ୟା ୩ ହଜାର ଛୁଇଁପାରେ । ସେମାନଙ୍କ ରହଣୀ, ପ୍ରସାଦ ସେବନ, ସ୍ୱାସ୍ଥ୍ୟ ସୁବିଧା ନେଇ ବ୍ୟବସ୍ଥା ହୋଇଛି । ମହାପ୍ରସାଦ ଯୋଗାଣ ନେଇ ସୁଆର ମହାସୁଆର ନିଯୋଗକୁ ଦାୟିତ୍ୱ ମିଳିଛି ।