17.1 C
Bhubaneswar
Sunday, November 24, 2024
Homeଓଡିଶା୩ ନୂଆ ଜିଲ୍ଲାକୁ ଡେଇଁଥିବା କରୋନା ଆକ୍ରାନ୍ତଙ୍କ ଆସିଲା ତଥ୍ୟ, ସବୁ ବଙ୍ଗ ଫେରନ୍ତା

୩ ନୂଆ ଜିଲ୍ଲାକୁ ଡେଇଁଥିବା କରୋନା ଆକ୍ରାନ୍ତଙ୍କ ଆସିଲା ତଥ୍ୟ, ସବୁ ବଙ୍ଗ ଫେରନ୍ତା

ଭୁବନେଶ୍ୱର: କରୋନା ଭୁତାଣୁ କ୍ରମେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁବାରେ ଲାଗିଛି |କରୋନା ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲା ପ୍ରଭାବିତ ହେଲାଣି |ଆଜି ଚିହ୍ନଟ ହୋଇଥିବା ୩ ନୂଆ ଜିଲ୍ଲାର ଆକ୍ରାନ୍ତଙ୍କ ତଥ୍ୟ ସରକାର ପ୍ରକାଶ କରିଛନ୍ତି | ଏସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ହେଉଛି ସମସ୍ତେ ବଙ୍ଗ ଫେରନ୍ତା | ଏହି ୩ ଜଣଙ୍କ ମଧ୍ୟରୁ ଜଣେ ୧୮ ବର୍ଷର ଯୁବତୀ ହୋଇଥିବା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ପୁରୁଷ ଓ ଜଣଙ୍କ ବୟସ ୩୪ ଓ ଅନ୍ୟ ଜଣଙ୍କ ବୟସ ୬୦ | ଯୁବତୀ ହେଉଛନ୍ତି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଂଚଳର ଏବଂ ଦେବଗଡ ଜିଲ୍ଲାର ୩୪ ବର୍ଷର ଯୁବକଙ୍କ ଘର ହେଉଛି ବାସୁଦେବପୁର ଓ କେନ୍ଦୁଝର ଜିଲ୍ଲାର ୬୦ ବର୍ଷର ବ୍ୟକ୍ତିଙ୍କ ଘର ପାଞ୍ଚପଲ୍ଲୀ | ଏମାନେ କାହା କାହା ସହ ମିଶିଛନ୍ତି ଓ କୁଆଡେ କୁଆଡେ ଯାଇଛନ୍ତି ତାର ତଥ୍ୟ ଖୋଜା ଚାଲିଛି |
ଏଠାରେ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତା ଜନକ ବିଷୟ ହେଉଛି ଦୁଇଦିନ ତଳେ କୋରାପୁଟରେ ଚିହ୍ନଟ ଆକ୍ରାନ୍ତ ଜଣକ ବି ବଙ୍ଗ ଫେରନ୍ତା | ଯାଜପୁର ଜିଲ୍ଲାରେ ୧୯ ଜଣ, ଭଦ୍ରକ ଜିଲ୍ଲାରେ ୧୯ ଜଣ ଓ ବାଲେଶ୍ୱର ଜିଲ୍ଲାରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଂକ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମ ବଙ୍ଗ ଫେରନ୍ତା | ଆଗରୁ ଦିଲ୍ଲୀର ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜା ହେଉଥିବା ବେଳେ ଏବେ ବଙ୍ଗ ଫେରନ୍ତାଙ୍କୁ ଚାଲିଛି ଖୋଜା |
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୭ ଆକ୍ରାନ୍ତ ଥିବାବେଳେ ଯାଜପୁର ଜିଲ୍ଲାରେ ୧୯ ଜଣ, ଭଦ୍ରକ ଜିଲ୍ଲାରେ ୧୯ ଜଣ ଓ ବାଲେଶ୍ୱର ଜିଲ୍ଲାରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସୁନ୍ଦରଗଡ ଜିଲ୍ଲାରେ ୧୦ ଜଣ,କଳାହାଣ୍ଡି ଜିଲ୍ଲାରେ ୨ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣ,ଢେଙ୍କାନାଳ ଜିଲ୍ଲାରେ ଜଣେ,କଟକ ଜିଲ୍ଲାରେ ଜଣେ ଓ ପୁରୀ ଜିଲ୍ଲାରେ ଜଣେ ଚିହ୍ନଟ ହୋଇଛନ୍ତି | କରୋନା ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲା ପ୍ରଭାବିତ | କଳାହାଣ୍ଡି,ଢେଙ୍କାନାଳ,ପୁରୀ ଓ କଟକ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି |
https://onakhabar.com/2020/04/29/3-more-corona-positive-in-odisha-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking