ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ରହିଛି ଅନେକ ବନ୍ଦ ଦ୍ୱାର । ଯାହା ଶତାବ୍ଦୀ ଧରି ମଧ୍ୟ ଖୋଲା ଯାଇନାହିଁ । ଏକ ଗମ୍ଭୀର କାରଣରୁ ଏହି ଦ୍ୱାରକୁ ବନ୍ଦ କରାଯାଇଛି । ଏହି ଦ୍ୱାର ପଛରେ କେଉଁ ରହସ୍ୟ ଲୁଚି ରହିଛି ତାହା କେହି ଜାଣନ୍ତିନି । ଆସନ୍ତୁ ଜାଣିବା ଭାରତରେ ଏପରି ତିନୋଟି ଦ୍ୱାର ବିଷୟରେ ।
ଭାରତର ପଦ୍ମନାଭସ୍ୱାମୀ ମନ୍ଦିର । ଏହା ବହୁମୂଲ୍ୟ ଭଣ୍ଡାରରେ ପରିପୂର୍ଣ୍ଣ । ୧୭୨୯ ପରଠାରୁ, ମନ୍ଦିର ତ୍ରାଭଣକୋର ରାଜ ଗୃହ ଦ୍ୱାରା ପରିଚାଳିତ ହୋଇଥିଲା । ୨୦୧୧ ମସିହାରେ ମନ୍ଦିର ଭଣ୍ଡାରକୁ ଦୁର୍ବ୍ୟବହାର କରିବା ଅଭିଯୋଗ ଆସିବା ପରେ ତାଙ୍କର ନିୟନ୍ତ୍ରଣ ହଟାଇ ଦିଆଯାଇଥିଲା । ଏହାପରେ ଏକ କମିଟି ମନ୍ଦିର ଦଖଲ କରିଥିଲା । ଭଣ୍ଡାର ଘରେ ପ୍ରବେଶ କରିବା ପରେ ୬ ଟି ସିଲ୍ ହୋଇଥିବା କବାଟ ମିଳିଥିଲା । ଏଥିରୁ ପାଞ୍ଚଟି କବାଟ ଖୋଲା ଯାଇଥିଲା, କିନ୍ତୁ ଗୋଟିଏ କବାଟ ଖୋଲିନଥିଲା । ବିଶ୍ୱାସ ଅନୁଯାୟୀ, ଏହି କୋଠରୀଟି କୌଣସି ସମୁଦ୍ର ସହିତ ସଂଯୁକ୍ତ, ଯାହା ଖୋଲିବା ମାତ୍ରେ ପ୍ରଳୟ ହୋଇଯିବ । କାନାଡାର ଆଲବର୍ଟା ରେ ବାନଫ୍ ସ୍ପ୍ରିଙ୍ଗ୍ସ ହୋଟେଲ ।
ଏହାର ରୁମ୍ ନମ୍ବର ୮୭୩ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଛି । କୋଠରୀର କବାଟ ସ୍ଥାନରେ କେବଳ ଖାଲି କାନ୍ଥ ରହିଛି । କୁହାଯାଏ ବହୁ ବର୍ଷ ପୂର୍ବେ ଛୁଟିରେ ଜଣେ ଦମ୍ପତି ସେମାନଙ୍କ ଝିଅ ସହିତ ସେହି କୋଠରୀରେ ରହିଥିଲେ । କିନ୍ତୁ ରାତି ଅଧରେ କୋଠରୀର କିଛି ଜିନିଷ ସ୍ୱାମୀକୁ ପାଗଳ କରିଦେଲା । ବ୍ୟକ୍ତି ଜଣକ ନିଜ ଜୀବନ ହାରିବା ପୂର୍ବରୁ ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିଥିଲେ । ଘଟଣା ପରେ ହୋଟେଲ ରୁମକୁ ମରାମତି କରାଗଲା । କୋଠରୀଟିକୁ ପୁଣି ଲୋକଙ୍କୁ ଦିଆଗଲା । କିନ୍ତୁ ଲୋକେ ନିୟମିତ ଭାବରେ ସେଠାରେ ଚିତ୍କାର ଶୁଣିଥିଲେ ଓ ନିଜ ଶରୀରରେ ରକ୍ତ ଚିହ୍ନ ମଧ୍ୟ ପାଇଥିଲେ । ତାଜମହଲରେ ମଧ୍ୟ ଅନେକ ସ୍ଥାନ ଅଛି ଯାହା ପର୍ଯ୍ୟଟକମାନେ କେବେ ଦେଖି ନଥିବେ । ମାର୍ବଲ କାନ୍ଥ ପଛରେ ବନ୍ଦ ହୋଇ ରହିଛି ୧,୦୮୯ ରୁମ୍ । ପ୍ରଥମ ମହଲାରେ ଅନେକ ରହସ୍ୟମୟ ତାଲା ପଡିଥିବା ଦ୍ୱାର ଅଛି, ଯାହାକୁ କେହି ଖୋଲି ପାରିବେ ନାହିଁ । ଏହା ପଛରେ ବିଶ୍ୱାସ ହେଉଛି, ଏହି ସ୍ଥାନଗୁଡିକ ଶୀଘ୍ର ନିର୍ମିତ ହୋଇଥିଲା ଏବଂ ବାକି ସ୍ମାରକୀ ପରି ସମାନ ନଥିଲା । ତେଣୁ ଶାହ ଜାହାନ ତାହାକୁ ଯେପରି କେହି ନ ଦେଖିପାରନ୍ତି ଚାହୁଁଥିଲେ । କିନ୍ତୁ ଅନେକ ଲୋକ ଏହାକୁ ସଠିକ୍ କାରଣ ବୋଲି ଭାବନ୍ତି ନାହିଁ ।