31.1 C
Bhubaneswar
Tuesday, May 28, 2024
Homeଓଡିଶା୩ ମାଓବାଦୀଙ୍କ ଆତ୍ମସମର୍ପଣ

୩ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ: ଆତ୍ମସମର୍ପଣ କରିଛନ୍ତି ଛତିଶଗଡର ୩ କ୍ୟାଡର ମାଓବାଦୀ । ଡିଜିପିଙ୍କ ନିକଟରେ ୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ଆତ୍ମସମର୍ପଣକାରୀ ୩ ଜଣ ମହାନଦୀ ଏରିଆ କମିଟିର ସଦସ୍ୟ ବୋଲି ଜଣାପଡିଛି । ୩ ଜଣ କନ୍ଧମାଳ ଜିଲ୍ଲା ସର ଅନେକ ମାଓ କାର୍ଯ୍ୟରେ ସାମିଲ ଥିଲେ । ମାଓବାଦୀଙ୍କୁ ଅପିଲ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଯାହା କିଛି ଅଳ୍ପ ମାଓବାଦୀ ରହିଛନ୍ତି, ସେମାନେ ଆତ୍ମସମର୍ପଣ କରନ୍ତୁ ।

ଉଲେଖଯୋଗ୍ୟ, ଗତ 8 ତାରିଖରେ  କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ କାନ୍ତି ମଲିକ ଆତ୍ମସମର୍ପଣ କରିଥିଲେ । ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗା ରଙ୍ଗା ଗ୍ରାମରେ କାନ୍ତିଙ୍କ ଘର । ରାଜ୍ୟ ସରକାରଙ୍କର ଉନ୍ନୟନ୍ନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ କାନ୍ତି ମାଓ ସଂଗଠନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking