40.1 C
Bhubaneswar
Thursday, April 25, 2024
Homeଓଡିଶା୩ ସାମ୍ବାଦିକଙ୍କୁ ହେଲେ କରୋନା ଆକ୍ରାନ୍ତ

୩ ସାମ୍ବାଦିକଙ୍କୁ ହେଲେ କରୋନା ଆକ୍ରାନ୍ତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ୩ ଜଣ ସାମ୍ବାଦିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ୩ ଜଣ ସାମ୍ୱାଦିକଙ୍କର ୪ ଦିନ ତଳେ ସ୍ୱାବ ନମୂନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଗତକାଲି ସମସ୍ତଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି ।
ଏହାପରେ ଆଜି ସକାଳୁ ୩ ଜଣ ସାମ୍ୱାଦିକଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି । କରୋନା ପଜେଟିଭ ଚିହ୍ନଟ ହୋଇଥିବା ୩ ଜଣ ସାମ୍ୱାଦିକଙ୍କ ମଧ୍ୟରୁ ଜଣେ ଏକ ଖବର କାଗଜର ଫଟୋ ସାମ୍ବାଦିକ ହୋଇଥିବା ବେଳେ ଆଉ ୨ ଜଣ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ଓ କ୍ୟାମେରାମ୍ୟାନ ବୋଲି ଜଣାପଡିଛି ।
କିଛି ଦିନ ତଳେ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଓ ଅବକାରୀ ପକ୍ଷରୁ ଏକ ଗଞ୍ଜେଇ ସିଗାରେଟ ଗୋଦାମରେ ଚଢଉ ବେଳେ ବ୍ରହ୍ମପୁରର ୨୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଖବର ସଂଗ୍ରହ ପାଈଁ ଯାଇଥିଲେ । ୧୫ରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀଙ୍କ ସହ ୧୦ରୁ ଉର୍ଦ୍ଧ୍ବ ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ ବେଳେ ଉପସ୍ଥିତ ଥିଲେ । ଜେଲ ଯିବା ପୂର୍ବରୁ ଗଂଜେଇ ଚୋରା କାରବାରରେ ଲିପ୍ତ ଅଭିଯୁକ୍ତର ସ୍ୱାବ ପରୀକ୍ଷା ବେଳେ ରିପୋର୍ଟ ପଜିଟିଭ ଆସିଥିଲା।
ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୩୪୧୬ଟି ମୋଟ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୭୦୭ ଜଣ ସୁସ୍ଥ ହୋଇଛନ୍ତି । ୩୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୭୪ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking