27.1 C
Bhubaneswar
Saturday, July 27, 2024
Homeଓଡିଶାଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

କେନ୍ଦୁଝର: ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସ୍କୁଟିରେ ଗଲା ବେଳେ ଟ୍ରକ୍ ଏମାନଙ୍କୁ ଜୋରରେ ଧକ୍କା ଦେଇଛି, ଫଳରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସର ଛାନଭିନ ଚାଲିଛି । ସୂଚନା ଅନୁଯାୟୀ, କେନ୍ଦୁଝରର ପିପିଳିଆ ଠାରେ ସ୍କୁଟିରେ ଯିବା ବେଳେ ଏକ ଲୁହା ବୋଝେଇ ଟ୍ରକ ଏମାନଙ୍କୁ ଧକ୍କା ଦେଇଛି । ବାପପୁଅ ସ୍କୁଟିରେ ବାଙ୍କପାଟୁଳି ହାଟକୁ ଯିବା ବେଳେ ଏପରି ଅଘଟଣ ଘଟିଛି । ଏହି ବାପପୁଅଙ୍କ ମୃତ୍ୟୁ ଖବର ଶୁଣି ଦାଦାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଏହି ୩ ଜଣ ମୃତକ ଘଟଗାଁ ଥାନା ବାରିଗାଁର ଅଟନ୍ତି । ତେବେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରସ୍ତାରୋକ କରିଛନ୍ତି । ସେଠାରେ ପୋଲିସ ପହଁଚି ଶବ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସହ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking