ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଶନିବାର ଦିନ ଏହି ଘଟଣା ଘଟିଛି 1 ନିଜ ଘରର ପାଣି ଟାଙ୍କିରୁ 27 ବର୍ଷ ବୟସ୍କା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି।
ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିବା ପରେ ମହିଳାଙ୍କ ମୃତଦେହ ଟାଙ୍କିରେ ଫିଙ୍ଗି ଦିଆଯାଇଛି ।
ମୃତ ଯୁବତୀଙ୍କ ନାମ ରଜନୀ ମାସାରା 1 ସେ ଖାନ୍ଦୱା ଜିଲ୍ଲାର ପାଣ୍ଡାନାର ବାସିନ୍ଦା ଓ ଖଣ୍ଡୱା ମ୍ୟୁନିସିପାଲିଟି କର୍ପୋରେସନରେ ସହକାରୀ କିରାଣୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେ ଏକ ଭଡା ଘରେ ଏକୁଟିଆ ରହୁଥିଲେ।
ସେ କିଛି ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ 1 ତିନି ଦିନ ପରେ ତାଙ୍କର ଏନେଇ ନିର୍ବନ୍ଧ ହେବାରଥିଲା 1 ସନ୍ଦେହ କରାଯାଉଛି ଯେ, ତାଙ୍କର ପ୍ରେମିକ ଏଥିରେ ଖୁବ୍ଧ ହୋଇ ଏହି ଅପରାଧ କରିଥାଇ ପାରନ୍ତି।
ଶୁକ୍ରବାର ଦିନ, ଯେତେବେଳେ ରଜନୀଙ୍କ ମା’ ତାଙ୍କ ମୋବାଇଲରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଏହା ବନ୍ଦ ହୋଇଯାଇଥିବା ଜାଣିଲେ । ଝିଅର ମୋବାଇଲ ବାରମ୍ବାର ବନ୍ଦ ଥିବା ଜାଣି ତାଙ୍କର ଚିନ୍ତାରେ ପଡିଲେ 1 ପରଦିନ ଅର୍ଥାତ ଶନିବାର ଯେତେବେଳେ ସେ ରଜନୀଙ୍କୁ ଭେଟିବା ପାଇଁ ଘରେ ପହଂଚିଥିଲେ ସେତେବେଳେ ସେ କବାଟ ବାଡେଇଥିଲେ କିନ୍ତୁ ଭିତରୁ କୌଣସି ଉତ୍ତର ପାଇ ନଥିଲେ।
କିଛି ଭୁଲ ହେବାର ଆଶଙ୍କା କରି ସେ ଘରର ପଛ ଦ୍ୱାର ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଚଟାଣରେ ରକ୍ତ ପଡିଥିବା ଦେଖି ଭୟଭୀତ ହୋଇଗଲେ |
ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଘରେ ଖୋଜାଖୋଜି କରିବା ପରେ ରଜନୀଙ୍କ ମୃତଦେହ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଥିଲା। ତାଙ୍କ ଦେହରେ ଏକ ତୀକ୍ଷ୍ଣ ଅସ୍ତ୍ର ଦ୍ୱାରା ଗଭୀର ଆଘାତ ଲାଗିଥିବା ଦେଖାଯାଇଥିଲା |
ଖଣ୍ଡୱା ଏସପି ବିବେକ ସିଂ କହିଛନ୍ତି ଯେ ଯୁବତୀଙ୍କର ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।
ପ୍ରାଥମିକ ଅନୁସନ୍ଧାନରୁ ଆମେ ଅନୁମାନ କଲୁ ଯେ କିଛି ଅପରାଧ ଘଟିଛି | ସେହି ଆଧାରରେ, ଆମେ ଘରେ ଖୋଜିବା ଆରମ୍ଭ କଲୁ ଏବଂ ତା’ପରେ ରଜନୀଙ୍କ ମୃତଦେହକୁ ପାଣି ଟାଙ୍କିରେ ପାଇଲୁ | ଯାହା ଜଣାପଡୁଛି ଏହା ଏକ ହତ୍ୟା ମାମଲା ପରି ଦେଖାଯାଉଛି | ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସିଂ କହିଛନ୍ତି।
ପରିବାର ସୂତ୍ର ଅନୁଯାୟୀ, ରଜନୀ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ 1 ତିନି ଦିନ ପରେ ନିର୍ବନ୍ଧ ହେବାରଥିଲା । ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ରଜନୀ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଯିଏ ବାରମ୍ବାର ତାଙ୍କ ଘରକୁ ଯାଆସକରୁଥିଲେ ।
ସିଂ ଆହୁରି ମଧ୍ୟ କହିଛନ୍ତି ଯେ, “ରଜନୀଙ୍କ ବିବାହ ଖବର ଶୁଣି ପ୍ରେମିକ ବିବ୍ରତ ହୋଇ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଥାଇ ପାରନ୍ତି। ଏହି ହତ୍ୟାକାଣ୍ଡର ସମାଧାନ ହୋଇପାରିବ ଯେତେବେଳେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଧରିବ 1 ପୋଲିସ ଉକ୍ତ ଯୁବକଙ୍କୁ ମଧ୍ୟ ଖୋଜୁଛି।”