ଭୁବନେଶ୍ୱର: ରାଜ୍ୟରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ଭୁବନେଶ୍ୱରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ରହିଥିବା ବେଳେ କଟକ ୧୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବ୍ୟତୀତ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ଥିଲା । ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ସେହିପରି କୋରାପୁଟରେ ୮.୩ଂ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ୯.୫ଂ, ଫୁଲବାଣୀ ୧୦ଂ, ତାଳଚେର ୧୫.୪ଂ, ଢେଙ୍କାନାଳ ୧୫.୮ଂ, ସମ୍ବଲପୁର ୧୫.୪ଂ, ବଲାଙ୍ଗିର ୧୩.୫ଂ, ନୂଆପଡ଼ା ୧୪ଂ, ଟିଟିଲାଗଡ଼ ୧୬ଂ,ଭାବନୀପାଟଣା ୧୩ଂ, ନବରଙ୍ଗପୁର ୧୧.୪ଂ, ରାଉରକେଲା ୧୩.୭ଂ, ଦେବଗଡ଼ ୧୫.୨ଂ, ନୟାଗଡ଼ରେ ୧୫.୩ଂ ସୁନ୍ଦରଗଡ଼ ୧୪.୨ଂ, ଝାରସୁଗୁଡ଼ା ୧୩.୯ଂ,ବରଗଡ଼ ୧୫.୬ଂ, ଂ କେନ୍ଦୁଝର ୧୩ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ରହିଥିବା ବେଳେ କଟକ ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।