27.1 C
Bhubaneswar
Sunday, September 8, 2024
Homeଓଡିଶାଗୋଟିଏ ଦିନରେ ୩ ସହର ବନ୍ଦ

ଗୋଟିଏ ଦିନରେ ୩ ସହର ବନ୍ଦ

ଟିଟଲାଗଡ : ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟଲାଗଡ ସହର ବନ୍ଦ ପାଳନ । ଟିଟଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ପ୍ରଭାବରେ ସ୍କୁଲ , କଲେଜ ବନ୍ଦ ରହିଛି  । ଏବଂ  ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ସେପଟେ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡ ବନ୍ଦ ପାଳନ କରାଯାଉଛି ।

କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଛି । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଅନ୍ୟପଟେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜଗସିଂହପୁର ସହର ବନ୍ଦ ପାଳନ କରାଯାଉଛି । ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।  ସକାଳ ୫ଟା ରୁ ଅପରାହ୍ନ ୪ଟା ଯାଏଁ ୧୧ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking