28.1 C
Bhubaneswar
Sunday, September 8, 2024
Homeଅପରାଧ୫୨୦ କେଜି ଭାଙ୍ଗ ସହ ୩ ଗିରଫ

୫୨୦ କେଜି ଭାଙ୍ଗ ସହ ୩ ଗିରଫ

ଭୁବନେଶ୍ୱର:  ଅବକାରୀ ବିଭାଗକୁ ବଡ଼ ସଫଳତା । ହୋଲି ପାଇଁ ବିହାରରୁ ରାଜଧାନୀ ଭୁବନେଶ୍ୱରକୁ ଆସୁଥିଲା ଶହ ଶହ କେଜି ଭାଙ୍ଗ । ବିକ୍ରି ହେବା ପୂର୍ବରୁ ଏନେଇ ଖବାର ପାଇଥିଲା ଅବକରୀ ବିଭାଗ । ତେଣୁ ଆଜି ସକାଳ ପ୍ରୟ ୫ଟା ବେଳେ  ବାଲିଅନ୍ତା ଥାନା ଅନ୍ତର୍ଗତ ମହୁଖଣ୍ଡ ମୁକୁନ୍ଦ ସାହିରେ ଯୋଜନା ମୁତାବକ ି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଅତର୍କିତ ଚଢ଼ଉ କରିଥିଲେ । ଯାହା ଫଳରେ ଅବକାରୀ ବିଭାଗ ୩ ମାଫିଆଙ୍କୁ ଗିରଫ କରିବା ସହିତ ସଠାରୁ ୫୨୦ କେଜି ଭାଙ୍ଗ ଜବତ କରିଛି ।

ଗିରଫମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହାରା(୬୪), ପ୍ରଫୁଲ ବେହେରା(୫୩) ଏବଂ ଦିଲ୍ଲୀପ ବେହେରା(୩୬) । ଅବକାରୀ ବିଭାଗର  ସୂଚନା ମୁତାବକ ଅନୁସାରେ ଜବତ ହୋଇଥିବା ଭାଙ୍ଗ ବିହାରରୁ ଆସିଛି । ଏହି ଭାଙ୍ଗ ଭୁବନେଶ୍ୱରରେ ବିକ୍ରି କରାଯିବା ପାଇଁ ରଖାଯାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ଏତେ ଗୁଡ଼ାଏ ଭାଙ୍ଗ କିଭଳି ଭୁବନେଶ୍ୱର ଆଣିଲେ ଏବଂ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ତାହା ଜାଣିବା ପାଇଁ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking