ଢେଙ୍କାନାଳ: ସଦର ଥାନା ଭାପୁରୁ ଫାଣ୍ଡି ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୁତ୍ରରୁ ଖବରପାଇ କଦମପାଳ ଓ ତିଗିରିଆକୁ ସଂଯୋଗ କରୁଥିବା ସ୍ଥାନରୁ କିଛି ଦୂରରେ ୮ ଜଣ ଦୁର୍ବୃତ୍ତ ଏକାଠି ହୋଇ ଯୋଜନା କରୁଥିବା ଖବର ପାଇ ଅତର୍କିତ ଭାବେ ଚଢ଼ଉ କରିଥିଲେ । ବିଭିନ୍ନ ଅପରାଧରେ ସମ୍ପୃକ୍ତ ତାଥା ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫେରାର୍ ହୋଇଯାଇଛନ୍ତି । ଗିରଫ ହୋଇଥିବା ୩ ଜଣଙ୍କୁ ପଚରାଉଚରା କରିବା ପରେ ସେମାନେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ସ୍ୱିକାର କରିଥିଲେ ।
ଭାପୁର ଫାଣ୍ଡି କଦମପାଳ ଅଞ୍ଚଳରେ ୮ ଜଣ ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ଭାପୁର ପୁଲିସ ଖବରପାଇ ଚଢ଼ଉ କରିଥିଲା । ଏହି ଚଢ଼ଉରେ ଢେଙ୍କାନାଳ ସଦର ଥାନା କଦମପାଳ ଅଞ୍ଚଳର ଚନ୍ଦ୍ରକାନ୍ତ ନାଏକ ଓରଫ ଗଣିଆ (୨୩) ଓ ଗୋନା ନାଏକ (୧୯) ଏବଂ କଟକ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ାର ରଜତ ପ୍ରଧାନଙ୍କୁ କାବୁ କରିଥିଲେ । ଅନ୍ୟ ୫ ଜଣ ସେଠାରୁ ଫେରାର୍ ହୋଇଯିବାରେ ସକ୍ଷମ ହୋଇଥିଲେ । ଗିରଫ ୩ ଜଣଙ୍କୁ ପୁଲିସ ପଚରାଉଚରା କରିବା ସମୟରେ ସେମାନେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା ।
ସେମାନଙ୍କଠାରୁ ବାଇକ୍, ଗୋଟିଏ ଫୋନ୍, ଲାଇଟର ଗନ୍, ମୋବାଇଲ୍, ଛୁରି, ଖଣ୍ଡା, ୫ଟି ହାତ ତିଆରି ବୋମା, ୩ଟି ଅଧା ଜଳିଥିବା କ୍ୟାଣ୍ଡେଲ୍, ୨ ପ୍ୟାକେଟ୍ ଚିଲି ପାଉଡର, ଲପ୍ଟପ୍, ୨ଟି ଟ୍ରାନ୍ସମିଟର ଓ ଗୋଟିଏ ୱାଇଫାଇ ରାଉଟର ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।