20.1 C
Bhubaneswar
Thursday, January 16, 2025
Homeଓଡିଶା୨୮ରୁ +୨ ପରୀକ୍ଷା : ଦକ୍ଷିଣାଞ୍ଚଳରେ ୬୩, ୧୫୬ ପରୀକ୍ଷାର୍ଥୀ

୨୮ରୁ +୨ ପରୀକ୍ଷା : ଦକ୍ଷିଣାଞ୍ଚଳରେ ୬୩, ୧୫୬ ପରୀକ୍ଷାର୍ଥୀ

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨୦୨୨ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ଅପ୍ରେଲ୍ ୨୮ ତାରିଖରୁ ଆରମ୍ଭ ହେଉଛି । ପୂର୍ବାହ୍ଣ ନଅଟାରେ ଆରମ୍ଭ ହୋଇ ମଧ୍ୟାହ୍ନ ବାରଟାରେ କେବଳ ପ୍ରଥମ ସିଟିଂରେ ସରୁଥିବା ରାଜ୍ୟର ଏହି ମହତ୍ତ୍ୱପୂର୍ଣ୍ଣ ଦ୍ୱିତୀୟ ବଡ଼ ପରୀକ୍ଷା ଆଗାମୀ ମେ’ ମାସ ୩୧ ତାରିଖ ଦିନ ଶେଷ ହେବ କ୍ଷ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାପୂର୍ଣ୍ଣ, ସ୍ୱଚ୍ଛ ଓ କପିମୁକ୍ତ କରିବା ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । କଡ଼ା ସୁରକ୍ଷା ଓ ସିସି-କ୍ୟାମେରା ମଧ୍ୟରେ ସଂଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ସମଧିକ ଅବାଧ, ତ୍ରୁଟିଶୂନ୍ୟ ଓ ସମ୍ପୂର୍ଣ୍ଣ କପିମୁକ୍ତ କରିବା ଲକ୍ଷ୍ୟରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଆଠଟି ଜିଲ୍ଲା, ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଥିବା ସର୍ବମୋଟ ୪୫ଟି ‘ପରୀକ୍ଷା ପରିଚାଳନା ହବ୍‌’ (ଇ.ଏମ୍‌.ଏଚ୍‌.) ଅଧୀନରେ ୧୯୮ଟି ପରୀକ୍ଷା କେନ୍ଦ୍ର ରହିଛି । ପରୀକ୍ଷା ଆରମ୍ଭ ହେବାର ଅନୂନ ଦୁଇରୁ ତିନି ଘଣ୍ଟା ପୂର୍ବରୁ ହବ୍ କେନ୍ଦ୍ରରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ, ଦୁଇ ଜଣ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପ୍ରେରଣ କରାଯିବ । ପରୀକ୍ଷା ସରିବା ପରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ସିଲ୍ଡ଼ ଉତ୍ତରଖାତା ପ୍ୟାକେଟ୍ ହବ୍ ଷ୍ଟ୍ରଙ୍ଗ୍ ରୁମ୍‌ରେ ଆଣି ଦାଖଲ କରିବେ । ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ +୨ ବାର୍ଷିକ ପରୀକ୍ଷା ନିମନ୍ତେ କଳା ସ୍ରୋତରେ ୪୩,୫୦୦, ବିଜ୍ଞାନ ସ୍ରୋତରେ ୧୫,୧୨୭, ବାଣିଜ୍ୟ ସ୍ରୋତରେ ୩୭୦୬ ଓ ଧନ୍ଦାମୂଳକ ଶିକ୍ଷାରେ ୮୨୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ୧୬ଟି ହବ୍ ଓ ୭୨ଟି ପରୀକ୍ଷା କେନ୍ଦ୍ର ରହିଛି । ଏହି ଜିଲ୍ଲାରେ କଳାରେ ୧୭,୨୬୪, ବିଜ୍ଞାନରେ ୮୧୪୨, ବାଣିଜ୍ୟରେ ୧୬୦୮, ଧନ୍ଦାମୂଳକ ଶିକ୍ଷାରେ ୨୪୬ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କଳା ଓ ବାଣିଜ୍ୟରେ ମିଶି ୨୪୮ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ଗଜପତି ଜିଲ୍ଲାରେ ୪ଟି ହବ୍ ଓ ୧୫ଟି ପରୀକ୍ଷା କେନ୍ଦ୍ର ରହିଛି । ଏହି ଜିଲ୍ଲାରେ କଳାରେ ୩୦୪୬, ବିଜ୍ଞାନରେ ୭୩୧, ବାଣିଜ୍ୟରେ ୯୦, ଧନ୍ଦାମୂଳକ ଶିକ୍ଷାରେ ୧୧୩ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୩୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । କୋରାପୁଟ ଜିଲ୍ଲାରେ ୬ଟି ହବ୍ ଓ ୨୫ଟି ପରୀକ୍ଷା କେନ୍ଦ୍ର ରହିଛି ।

ଏହି ଜିଲ୍ଲାରେ କଳାରେ ୫୧୭୮, ବିଜ୍ଞାନରେ ୧୯୪୭, ବାଣିଜ୍ୟରେ ୬୭୮, ଧନ୍ଦାମୂଳକ ଶିକ୍ଷାରେ ୧୭୨ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କଳା ଓ ବାଣିଜ୍ୟରେ ମିଶି ୩୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ୩ଟି ହବ୍ ଓ ୧୪ଟି ପରୀକ୍ଷା କେନ୍ଦ୍ର ରହିଛି । ଏହି ଜିଲ୍ଲାରେ କଳାରେ ୨୪୨୧, ବିଜ୍ଞାନରେ ୮୨୧, ବାଣିଜ୍ୟରେ ୧୮୪, ଧନ୍ଦାମୂଳକ ଶିକ୍ଷାରେ କେହି ନାହାନ୍ତି ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭୫ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ୩ଟି ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ରହିଛି । ଏହି ଜିଲ୍ଲାରେ କଳାରେ ୩୭୫୯, ବିଜ୍ଞାନରେ ୧୨୯୩, ବାଣିଜ୍ୟରେ ୩୩୬, ଧନ୍ଦାମୂଳକ ଶିକ୍ଷାରେ କେହି ନାହାନ୍ତି ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୪୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି ।

ରାୟଗଡ଼ା ଜିଲ୍ଲାରେ ୫ଟି ହବ୍ ଓ ୧୮ଟି ପରୀକ୍ଷା କେନ୍ଦ୍ର ରହିଛି ।ଏହି ଜିଲ୍ଲାରେ କଳାରେ ୩୩୮୭, ବିଜ୍ଞାନରେ ୧୫୩୫, ବାଣିଜ୍ୟରେ ୫୭୬, ଧନ୍ଦାମୂଳକ ଶିକ୍ଷାରେ ୮୦ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାରେ ୩ଟି ହବ୍ ଓ ୧୦ଟି ପରୀକ୍ଷା କେନ୍ଦ୍ର ରହିଛି । ଏହି ଜିଲ୍ଲାରେ କଳାରେ ୨୬୨୯, ବିଜ୍ଞାନରେ ୧୫୨, ବାଣିଜ୍ୟରେ ୬, ଧନ୍ଦାମୂଳକ ଶିକ୍ଷାରେ ୭୪ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭୦ ଜଣ ୨୪୮ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ୫ଟି ହବ୍ ଓ ୧୯ଟି ପରୀକ୍ଷା କେନ୍ଦ୍ର ରହିଛି । ଏହି ଜିଲ୍ଲାରେ କଳାରେ ୫୧୬୮, ବିଜ୍ଞାନରେ ୫୦୬, ବାଣିଜ୍ୟରେ ୨୨୩, ଧନ୍ଦାମୂଳକ ଶିକ୍ଷାରେ ୧୩୮ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking