24.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶବିଶ୍ୱର ୨୬% ଲୋକ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ; ଜାତିସଂଘ ରିପୋର୍ଟ

ବିଶ୍ୱର ୨୬% ଲୋକ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ; ଜାତିସଂଘ ରିପୋର୍ଟ

ନ୍ୟୁୟର୍କ : ବିଶ୍ୱର ୨୬ ପ୍ରତିଶତ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜାତିସଂଘ ତରଫରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହାବ୍ୟତୀତ ୪୬ ପ୍ରତିଶତ ଲୋକଙ୍କୁ ପରିମଳ ବ୍ୟବସ୍ଥା ମିଳିପାରୁନଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ବିଶ୍ୱ ତାପମାତ୍ରା (ଗ୍ଲୋବାଲ ୱାର୍ମିଂ) ବୃଦ୍ଧି ଘଟୁଥିବାରୁ ଭବିଷ୍ୟତରେ ଏହି ସ୍ଥିତି ଅଧିକ ସଙ୍ଗିନ ହେବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି । ଜଳର ମାତ୍ରାଧିକ ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ ବିଶ୍ୱରେ ଜଳାଭାବ ସମସ୍ୟା ଦେଖାଯାଉଛି ।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ୨୦୦ କୋଟି ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ଏବଂ ୩୬୦ କୋଟି ଲୋକ ପରିମଳ ବ୍ୟବସ୍ଥାରୁ ବଞ୍ଚିତ ହେଉଥିବା କୁହାଯାଇଛି । ୟୁଏନ୍ ୱାଟର ଫୋରମ ଏବଂ ୟୁନେସ୍କୋ ପକ୍ଷରୁ ମିଳିତଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁତିରେଜ୍ କହିଛନ୍ତି ଯେ ବିଶ୍ୱ ବର୍ତ୍ତମାନ ଏକ ବିପଦସଙ୍କୁଳ ରାସ୍ତାରେ ଆଖିବୁଜି ଯାତ୍ରା କରୁଛି । ଜଳର ବ୍ୟାପକ ଅପବ୍ୟବହାର, ପ୍ରଦୂଷଣ ଏବଂ ବିଶ୍ୱ ତାପାୟନ ମାନବଜାତିର ରକ୍ତ ଶୋଷିବାରେ ଲାଗିଛି । ଯଦି ଏହାକୁ ନିୟନ୍ତ୍ରଣ କରାନଯାଏ, ତେବେ ଖୁବଶୀଘ୍ର ଅଧିକ ପ୍ରତିଶତ ଲୋକ ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥାରୁ ବଞ୍ଚିତ ହେବାର ଆଶଙ୍କା ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking