18.1 C
Bhubaneswar
Saturday, November 23, 2024
Homeଓଡିଶା୨୫ରେ ବାଲେଶ୍ୱରରେ ପ୍ରବଳ ବର୍ଷ!

୨୫ରେ ବାଲେଶ୍ୱରରେ ପ୍ରବଳ ବର୍ଷ!

ଭୁବନେଶ୍ୱର : କାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ଏହା ପରେ ଉତ୍ତରପୂର୍ବକୁ ଗତି କରି ୨୪ ବେଳକୁ ଅପପାତ ରୂପ ନେବ । ୨୩ ଓ ୨୪ରେ ସମୁଦ୍ର ଅଶାନ୍ତ ରହିବ, ମସô୍ୟଜୀବୀଙ୍କୁ ସମୁଦ୍ର ଯିବା ମନା । ୨୪ରେ ଦକ୍ଷିଣ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା । ୨୫ରୁ ୨୬ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବାଲେଶ୍ୱରରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷିବ । ଏଥିପାଇଁ ୟେଲୋ ର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସୂଚନା ଯୋଗ୍ୟ ଯେ, ଆସନ୍ତାକାଲି ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ପରେ ଏହା ଉତ୍ତରପୂର୍ବ ଦିଗକୁ ଗତି କରିବ। ପରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତ ଓ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏପରିକି ଏହା ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଆଜିଠୁ ତିନି ଦିନ ପାଇଁ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking