27.1 C
Bhubaneswar
Saturday, August 16, 2025
Homeଦେଶ ବିଦେଶଏନଏସଡିଏଲ୍‌ର ୨୫ ବର୍ଷ ପୂର୍ତ୍ତି : ‘ମାର୍କେଟ୍ କା ଏକଲବ୍ୟ’ ଉଦ୍‌ଘାଟନ କଲେ ସୀତାରମଣ

ଏନଏସଡିଏଲ୍‌ର ୨୫ ବର୍ଷ ପୂର୍ତ୍ତି : ‘ମାର୍କେଟ୍ କା ଏକଲବ୍ୟ’ ଉଦ୍‌ଘାଟନ କଲେ ସୀତାରମଣ

ମୁମ୍ବାଇ: ଭାରତର ସର୍ବବୃହତ୍ ଡିପୋଜିଟୋରି, ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ (ଏନଏସଡିଏଲ୍‌) ଭାରତୀୟ ପୁଞ୍ଜି ବଜାରରେ ୨୫ ବର୍ଷ ପୂରଣ କରିଛି । ଏହି ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରୀନିର୍ମଳା ସୀତାରମଣ, ସେବିର ଚେୟାରପର୍ସନ,ମାଧବୀ ପୁରି ବୁଚ୍ ଓ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ୍ ବୀନା ରାମକ୍ରିଷ୍ଣା ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମଟି ମୁମ୍ବାଇଠାରେ ଆରମ୍ଭ ହୋଇଥିଲା ଓ ଏକ କର୍ପୋରେଟ୍ ଭିଡିଓର ଉନ୍ମୋଚନ କରାଯାଇଥିଲା ଯେଉଁଥିରେ ଏନଏସଡିଏଲ୍‌ର ୨୫ ବର୍ଷରେ ସଫଳ ଯାତ୍ରାକୁ ଉପସ୍ଥାପନ କରାଯାଇଥିଲା ।

ଅର୍ଥ ମନ୍ତ୍ରୀ ‘ମାର୍କେଟ୍ କା ଏକଲବ୍ୟ’ ଏକ ଅନଲାଇନ୍ ନିବେଶକ ସଚେତନତା କାର୍ଯ୍ୟକ୍ରମକୁ ହିନ୍ଦୀ ଓ ଅନ୍ୟାନ୍ୟ ଆଂଚଳିକ ଭାଷାଭାଷୀ ଛାତ୍ରମାନଙ୍କ ପାଇଁ ଶୁଭାରମ୍ଭ କରିଥିଲେ । ଏହି ପ୍ରୋଗ୍ରାମର ଲକ୍ଷ୍ୟ ହେଉଛି ଛାତ୍ରମାନଙ୍କୁ ସିକ୍ୟୁରିଟି ମାର୍କେଟର ମୌଳିକ ବିଷୟ ସମ୍ପର୍କରେ ଅବଗତ କରାଇବା । ଭାରତରେ ୧.୩୬ ବିଲିୟନ ଲୋକମାନଙ୍କ ମଧ୍ୟରୁ ମାତ୍ର ୭% ଲୋକମାନଙ୍କର ଡିମାଟ୍ ଆକାଉଣ୍ଟ ରହିଛି । ଏନଏସଡିଏଲ୍‌ର ଗୌରବମୟ ୨୫ ବର୍ଷ ପାଳନ ଅବସରରେ ମୁଁ ଉପସ୍ଥିତ ରହିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏନଏସଡିଏଲ୍‌ର ଉତ୍କୃଷ୍ଟ କାର୍ଯ୍ୟ ବିଶେଷ କରି ଗତ ୨ ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟ ହେତୁ ଅନୁଷ୍ଠାନରେ ଅନେକ ଗୁଡ଼ିଏ ପରିବର୍ତନ ଆସିପାରିଛି ।

ଏହା ବିଶ୍ୱସ୍ତରୀୟ ସର୍ବୋତମ ଅଭ୍ୟାସର ଗ୍ରହଣ କରୁଛି ଓ ନିଜକୁ ଆଗରେ ରଖିଛି ବୋଲି କହିଛନ୍ତି ସୀତାରମଣ । ୨୦୧୯-୨୦ରେ ପ୍ରତି ମାସରେ ହାରାହାରି ୪ ଲକ୍ଷ ନୂଆ ଡିମାଟ୍ ଆକାଉଣ୍ଟ ଖୋଲା ଯାଉଥିଲା, ଏବଂ ଏହି ସଂଖ୍ୟା ୨୦୨୦-୨୧ ବୃଦ୍ଧି ପାଇ ୧୨ ଲକ୍ଷ ହୋଇଛି ଓ ପୁନଶ୍ଚ ଏହି ସଂଖ୍ୟା ୨୦୨୧-୨୨ରେ ବଢ଼ି ୨୬ ଲକ୍ଷ ହୋଇଛି । ଏହି ଡିପୋଜିଟୋରି ନୂତନ ଟେକନୋଲୋଜିକୁ ଗ୍ରହଣ କରିବା ପାଇଁ କାର୍ଯ୍ୟ କରୁଛି ଓ ସିକ୍ୟୁରିଟି ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍କେଟ ଭିତ୍ତିଭୂମି ସୃଷ୍ଟି କରାଯିବା ସହିତ ବଣ୍ଡ ଜାରିର ଉପଯୁକ୍ତ ଅନୁଧ୍ୟାନ କରାଯାଉଛ ବୋଲି କହିଛନ୍ତି ମାଧବୀ ପୁରି ବୁଚ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking