30.1 C
Bhubaneswar
Saturday, May 18, 2024
Homeବିଜିନେସ୍ଶେଷ ହେଲା ଏଲ୍‌ଆଇସି ଆଇପିଓ ଅବଧି : ୩ ଗୁଣା ଅଧିକ ହୋଇଛି ସବ୍‌ସ୍କ୍ରିପ୍‌ସନ୍‌

ଶେଷ ହେଲା ଏଲ୍‌ଆଇସି ଆଇପିଓ ଅବଧି : ୩ ଗୁଣା ଅଧିକ ହୋଇଛି ସବ୍‌ସ୍କ୍ରିପ୍‌ସନ୍‌

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଏହାର ଆଇପିଓ ଲଞ୍ଚ କରାଯାଇଥିବା ବେଳେ ସୋମବାର ଏହା ଶେଷ ହୋଇଛି । ଦେଶର ଏହି ସର୍ବବୃହତ ଆଇପିଓକୁ କିଣିବା ପାଇଁ ନିବେଶକଙ୍କ ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିଛି । ପ୍ରାୟ ୩ ଗୁଣ ଅଧିକ ସବସ୍କ୍ରାଇବ୍ ହେବା ସହିତ ନିବେଶକଙ୍କ ପ୍ରଥମ ପସନ୍ଦର ଶେୟାର ରହିଛି । ଆସନ୍ତା ୧୭ ତାରିଖରେ ଶେୟାର ବଜାରରେ ଏହାର ଲିଷ୍ଟିଂ ହେବ । ପ୍ରଥମ ଦିନର ଲଞ୍ଚରେ ଆଇପିଓର ୬୨ ପ୍ରତିଶତ ସବ୍‌ସ୍କ୍ରିପ୍‌ସନ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଏହା ଶତ ପ୍ରତିଶତ ସବସ୍କ୍ରାଇବ୍ ହୋଇଥିଲା ।

ଏହି ଶେୟାରର ମୂଲ୍ୟ୯୦୨ରୁ ୯୪୯ ଟଙ୍କା ଯାଏଁ ରହିଛି । ସରକାରଙ୍କ ପକ୍ଷରୁ ୧୬.୨୦ କୋଟି ଶେୟାର ବିକ୍ରି ପାଇଁ ଉପଲବ୍ଧ ଥିବା ବେଳେ ୪୭.୭୬ କୋଟି ସବସ୍କ୍ରିପସନ୍ ରହିଛି । ଏଥିରୁ ସରକାରଙ୍କୁ ପ୍ରାୟ ୨୧ ହଜାର କୋଟି ଟଙ୍କା ମିଳିବ । ଏଲ୍‌ଆଇସି କର୍ମଚାରୀଙ୍କ ପାଇଁ ୧୫,୮୧,୨୪୯ଟି ଶେୟାର ସଂରକ୍ଷିତ ରଖାଯାଇଥିବା ବେଳେ ପଲିସି ହୋଲ୍ଡରଙ୍କ ପାଇଁ ୨,୨୧,୩୭,୪୯୨ଟି ଶେୟାର ସଂରକ୍ଷିତ ରଖାଯାଇଥିଲା। ରିଟେଲ୍ ଇନଭେଷ୍ଟରଙ୍କ ପକ୍ଷରୁ ୧.୯୯ ଗୁଣା ବୁକିଂ କରାଯାଇଥିବା ବେଳେ ନନ୍ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ପକ୍ଷରୁ ୨.୯୧ ଗୁଣା ବୁକିଂ ହୋଇଛି। ପଲିସି ହୋଲ୍ଡରଙ୍କ ପକ୍ଷରୁ ସର୍ବାଧିକ୬.୧୧ ଗୁଣା ଏବଂ କର୍ମଚାରୀଙ୍କ ପକ୍ଷରୁ ୪.୩୯ ଗୁଣା ବୁକିଂ କରାଯାଇଛି । ଆଇପିଓ ମୂଲ୍ୟ ୯୦୨-୯୪୯ ଟଙ୍କା ରହିଥିବା ବେଳେ ପଲିସି ହୋଲ୍ଡର ମାନଙ୍କୁ ୬୦ ଟଙ୍କାର ରିହାତି ଏବଂ କର୍ମଚାରୀଙ୍କୁ ୪୫ ଟଙ୍କାର ରିହାତି ପ୍ରଦାନ କରାଯାଉଛି । ନିବେଶକ ମାନେ ଗୋଟିଏ ଲଟରେ ସର୍ବାଧିକ ୧୫ଟି ଶେୟାର କ୍ରୟ କରିପାରିବେ । ଏହାର ସର୍ବାଧିକ ମୂଲ୍ୟ ୧୪୨୩୫ ଟଙ୍କା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking