16.1 C
Bhubaneswar
Thursday, January 16, 2025
Homeଅପରାଧନାବାଳିକା ବଳାତ୍କାରୀକୁ ୨୫ ବର୍ଷ ଜେଲ୍‌ଦଣ୍ଡ

ନାବାଳିକା ବଳାତ୍କାରୀକୁ ୨୫ ବର୍ଷ ଜେଲ୍‌ଦଣ୍ଡ

କନ୍ଧମାଳ: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆଜି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ୨୫ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଏକ ବର୍ଷ ଅଧିକ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ଜି ଉଦୟଗିରି ଥାନା ଅଞ୍ଚଳର ବିଜୟ ନାୟକ(୫୫) । ସୂଚନା ଅନୁଯାୟୀ,ଅଭିଯୁକ୍ତ ବିଜୟ ଗତ ୨୦୨୦ ମସିହା ଡିସେମ୍ବର ୧ ତାରିଖ ଦିନ ଜି ଉଦୟଗିରି ଥାନା ଅଞ୍ଚଳର ଜନୈକା ୭ ବର୍ଷର ନାବାଳିକା ନିଜ ଘର ସାମନାରେ ଖେଳୁଥିବା ବେଳେ ତାକୁ ପାଖରେ ଥିବା ନିଜ ଦୋକାନକୁ ଜବରଦସ୍ତ ଟେକି ନେଇ ସେଠାରେ ବଳାତ୍କାର କରିଥିଲେ ।

ଏ ନେଇ କାହା ଆଗରେ ପ୍ରକାଶ ନ କରିବା ପାଇଁ ଅଭିଯୁକ୍ତ ଧମକ ଦେଇଥିଲେ । ଭୟରେ ଝିଅ ଏ କଥା କାହାକୁ କହି ନ ଥିଲା । ଏ ସମ୍ପର୍କରେ ପରିବାର ଲୋକେ ଜାଣି ପରଦିନ ପୀଡିତାର ମା ଏ ସମ୍ପର୍କରେ ଜି ଉଦୟଗିରି ଥାନାରେ ଏତଲା ଦେଇଥିଲେ । ଏତାଲା ଆଧାରରେ ପୁଲିସ ୯୯/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଏହି ମାମଲାର ଶୁଣାଣି କରି ସାକ୍ଷୀ ମାନଙ୍କ ବୟାନ ଓ ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking