30.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନଦୁଇ ଦିନରେ ୨୪୦ କୋଟି କମାଇଲାଣି ଫିଲ୍ମ ‘ଆଦିପୁରୁଷ’

ଦୁଇ ଦିନରେ ୨୪୦ କୋଟି କମାଇଲାଣି ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ଗତ ୧୬ ତାରିଖରେ ରିଲିଜ୍ ହୋଇଥିବା ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ୍‌ଙ୍କ ଭଳି ଅଭିନେତାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଆଦିପୁରୁଷ ସିନେମା ଆରମ୍ଭରୁ ବକ୍ସ ଅଫିସରେ ସଫଳତା ପାଇବା ଆରମ୍ଭ କରିଛି । ଦୁଇଦିନରେ  ଏହି ସିନେମା ୨୪୦ କୋଟି ଟଙ୍କାର ବେପାର କରିଛି ସାରା ବିଶ୍ୱରେ । ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୫ଟି ଭାଷା ଯଥା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ଼ରେ ପରଦାକୁ ଆସିଛି ।

ଫିଲ୍ମକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହିତ ଅନଲାଇନରେ ଟ୍ରୋଲ କରାଯାଉଥିଲେ ମଧ୍ୟ ଏହା ବ୍ୟବସାୟିକ ସଫଳତା ପାଇଛି । ପ୍ରଥମ ଦିନରେ ୧୪୦ କୋଟି ଏବଂ ୨ୟ ଦିନରେ ୧୦୦ କୋଟିର ବ୍ୟବସାୟ କରିଛି । ମିଳିଥିବା ଏକ  ତଥ୍ୟ ଅନୁଯାୟୀ, ଦେଶରେ ଏହି ଫିଲ୍ମିଟି ପ୍ରଥମ ଦିନ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ୩୬ କୋଟି, ତେଲୁଗୁରେ ୪୮ କୋଟି, ମାଲାୟଲମରେ ୦.୪୦ କୋଟି, ତାମିଲରେ ୦.୭୦ କୋଟି ଏବଂ କନ୍ନଡ଼ରେ ୦.୪ କୋଟି ଉପାର୍ଜନ କରିଛି ।

ପ୍ରଥମ ଦିନର ଡୋମେଷ୍ଟିକ ବକ୍ସ ଅଫିସ କଲେକ୍ସନ ୮୫.୫ କୋଟି ଟଙ୍କା ରହିଛି । ଉକ୍ତ ସିନେମାରେ ପ୍ରଭାସ ଭଗବାନ ରାମ, କ୍ରିତି ସେନନ ସୀତା ଏବଂ ସୈଫ ଅଲ୍ଲୀ ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ଏପଟେ ଜଣାପଡିଛିକି ଆଦିପୁରୁଷ ଫିଲ୍ମର ଡାଏଲଗ୍ ବଦଳିବ । ଫିଲ୍ମ ରିଲିଜ ହେବାର ଦିନକ ପରେ ପ୍ରବଳ ସମାଲୋଚନା ହେବା ପରେ ମୁଣ୍ଡ ନୁଆଁଇଲେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ। କିଛି ବିବାଦୀୟ ଡାଏଲଗ ଓ ନିମ୍ନ ମାନର ଭିଏଫଏକ୍ସ ପାଇଁ ଦର୍ଶକ ଓ ସିନେପ୍ରେମୀ ଆଦିପୁରୁଷକୁ ତୀବ୍ର ସମାଲୋଚନା କରୁଛନ୍ତି ।

ଡାଏଲଗକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଏହାର କିଛି ଡାଏଲଗକୁ ପରିବର୍ତ୍ତନ କରାଯିବ ବୋଲି ସିନେମାର ସଂଳାପ ଲେଖକ ମନୋଜ ମୁଣ୍ଟାସିର ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି । ତେବେ ଡାଏଲଗକୁ ନେଇ ନିଜ ସପକ୍ଷରେ ଯୁକ୍ତି ବାଢିଛନ୍ତି। ଯୁବ ଦର୍ଶକଙ୍କୁ ଦୃଷ୍ଟିରେ ରଖି ଏଭଳି ସଂଳାପ ଲେଖାଯାଇଥିବା କହିଛନ୍ତି । ଏକ ଲମ୍ବା ଟ୍ଵିଟ କରି ଆଦିପୁରୁଷର ଡାଏଲଗ ବଦଳିବ ବୋଲି ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking