ଭୁବନେଶ୍ୱର : ସୁନା ଦରରେ ନିଆଁ । ୭୯ ହଜାର ଟପିଲା ୨୨ କ୍ୟାରେଟ ସୁନା ମୁଲ୍ୟ । ଦିନକରେ ୯୫୦ ଟଙ୍କାର ବୃଦ୍ଧି । ୮୬ ହଜାର ଟପିଲା ୨୪ କ୍ୟାରେଟ ସୁନା । ୧୦ ଦିନରେ ବଢିଲାଣି ୩ ହଜାର ୩୯୦ । ତେବେ ଚିନ୍ତାରେ ଗ୍ରାହକ । ବାହାଘର ସମୟରେ ସୁନାର ଏଭଳି ଆକାଶ ଛୁଆଁ ଦରକୁ ଦେଖି ଲୋକେ କିଣିବାକୁ ମନେ କରୁନାହାନ୍ତି ।