ନୂଆଦିଲ୍ଲୀ : ଦେଶରେ ସର୍ୱକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୨୪ କ୍ୟାରେଟ ସୁନାଦର ୮ ହଜାର ୯୩୦ ଟଙ୍କା । ୨୨ କ୍ୟାରେଟ ସୁନାଦର ୮୦ ହଜାର ୬୦୦ ଟଙ୍କା । ୨୪ କ୍ୟାରେଟ ୮୭୦ ଟଙ୍କା ବଢିଥିବା ବେଳେ ୨୨ କ୍ୟାରେଟ ସୁନା ୮୦୦ ଟଙ୍କାକୁ ବଢିଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି। ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠାରୁ ସୁନା ମୂଲ୍ୟ ବଢିବାରେ ଲାଗିଛି। ଦାମ୍ ବଢ଼ିଛି।