31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶ୨୦୧୮-୨୦୨୨ ରିପୋର୍ଟ; ଛତିଶଗଡରେ ମାଓ ହିଂସା ୫୨% କମିଛି

୨୦୧୮-୨୦୨୨ ରିପୋର୍ଟ; ଛତିଶଗଡରେ ମାଓ ହିଂସା ୫୨% କମିଛି

ରାୟପୁର: ୨୦୧୮ରୁ ୨୦୨୨ ମଧ୍ୟରେ ଛତିଶଗଡରେ ମାଓବାଦୀଙ୍କ ଦ୍ୱାରା ସମ୍ପାଦିତ ହିଂସା ୫୨ ପ୍ରତିଶତ ହ୍ରାସ ପାଇଛି । ଏହି ପାଞ୍ଚବର୍ଷ ମଧ୍ୟରେ ରାଜ୍ୟର ୫୮୯ ଗ୍ରାମ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ରାଜ୍ୟ ସରକାର କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଛତିଶଗଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ସୋମବାର ରାଜ୍ୟ ସରକାର ଉପରୋକ୍ତ ମାଓ ସୂଚନାକୁ ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ‘ଗଧ୍‌ବୋ ନଭୋ ଛତିଶଗଡ’ (ନୂତନ ଛତିଶଗଡ ସୃଷ୍ଟି) ସ୍ଲୋଗାନ ବେଶ ଫଳପ୍ରଦ ହୋଇଥିବା ରାଜ୍ୟ ସରକାର ଦାବି କରିଛନ୍ତି ।

ବିଶ୍ୱାସ, ସୁରକ୍ଷା ଓ ବିକାଶ ଭଳି ତିନିଟି ପ୍ରସଙ୍ଗରେ ବାଘେଲ ସରକାର ଶହେ ପ୍ରତିଶତ ସଫଳ ହୋଇଥିବା କୁହାଯାଇଛି । ମାଓ ହିଂସା ଯୋଗୁଁ ପ୍ରାୟ ଦୁଇବର୍ଷ ବନ୍ଦ ହୋଇରହିଥିବା ୩୧୪ଟି ସ୍କୁଲ ବାଘେଲ ସରକାରଙ୍କ ଅମଳରେ ପୁଣି କାର୍ଯ୍ୟକ୍ଷମ ହୋଇପାରିଛି । ୫୮୯ ଗ୍ରାମର ପ୍ରାୟ ୫.୭୪ ଲକ୍ଷ ଲୋକ ବର୍ତ୍ତମାନ ମାଓବାଦୀଙ୍କ ଆକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଇଛି । ପୁନଶ୍ଚ ୨୦୧୯ରୁ ୨୦୨୩ ମଧ୍ୟରେ ମହିଳାଙ୍କ ପ୍ରତି ହିଂସା ଘଟଣା ୪୦ ପ୍ରତିଶତ ହ୍ରାସ ପାଇଥିବା କୁହାଯାଇଛି । ରାଜ୍ୟର ୪ ଜିଲ୍ଲାରେ ଥିବା ୪୫୫ଟି ଥାନାରେ ସ୍ୱତନ୍ତ୍ର ମହିଳା ସେଲ୍ ଖୋଲାଯାଇଛି । ଜୁଆ ଏବଂ ଅନ୍‌ଲାଇନ ଗ୍ୟାମ୍ବଲିଂ ରୋକିବାରେ ମଧ୍ୟ ରାଜ୍ୟ ସରକାର ବେଶ ସଫଳ ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking