36.1 C
Bhubaneswar
Monday, May 20, 2024
Homeଅପରାଧଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

କେନ୍ଦୁଝର: ଶନିବାର କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି । ପ୍ରକାଶ ଯେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଫୁଲଘର ମହୁଲପଡା ଗ୍ରାମର ଯାତ୍ରା ଦେହୁରୀ ଓରଫ୍ ନାଏକ(୨୧) କେନ୍ଦୁଝର ହୁଡ୍‌କୋ କଲୋନୀରେ ରହି ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରି ଆସୁଥିଲା ।

ଗତ ୨୦୨୨ ଡିସେମ୍ବର ୨୨ ତାରିଖ ଦିବା ୧୦ ଘଟିକା ସମୟରେ ପୀଡ଼ିତାଙ୍କ ଘର ଲୋକ କେହି ନଥିବା ସୁଯୋଗରେ ତାଙ୍କୁ ବାହା ହେବାର ପ୍ରଲୋଭନ ଦେଖାଇ ଘରୁ କିଡନାପ କରି ନେଇଥିଲା । ପୀଡ଼ିତାଙ୍କ ବାପା ମାଆ ଘରେ ପହଞ୍ଚିବା ପରେ ଝିଅକୁ ନପାଇ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ଫଳରେ ଏନେଇ ଡିସେମ୍ବର ୨୯ରେ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ କେସ୍ ନଂ ୫୨୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ତେବେ ୨୦୨୩ ଜାନୁଆର ୧ ତାରିଖ ଦିନକେନ୍ଦୁଝର ବସଷ୍ଟାଣ୍ଡ ନିକଟରୁ ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଆସାମୀକୁ ଗିରଫ କରିଥିଲା । ପୀଡିତାର ବୟାନ ନେବା ପରେ ଏହା ଏକ ଦୁଷ୍କର୍ମ ମାମଲା ବୋଲି ଜଣାପଡ଼ିଥିଲା । ତେଣୁ ପୁଲିସ ଆସାମୀକୁ ୬ ପୋକ୍ସୋ ଧାରା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଶନିବାର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking