ସୋର : ବାଲେଶ୍ୱର ବାହାନଗା ବଜାରରେ ଏସ୍ବିଆଇ ଏଟିଏମ ଭାଙ୍ଗି ଲୁଟ୍ ହୋଇଛି। ବିଳମ୍ବିତି ରାତିରେ ଲୁଟେରା ମାନେ ଏଟିଏମ ଭାଙ୍ଗି ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିବା ନେଇ ଥାନରେ ଅଭିଯୋଗ ହୋଇଛି। ଲୁଟ୍ ପରେ ସଟର ପକାଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।