25.1 C
Bhubaneswar
Wednesday, January 8, 2025
Homeଓଡିଶା୨ରୁ +୨ ପ୍ରାକ୍ଟିକାଲ ପରୀକ୍ଷା; ଆସନ୍ତା ୨୮ରୁ ମିଳିବ ଆଡମିଟ କାର୍ଡ

୨ରୁ +୨ ପ୍ରାକ୍ଟିକାଲ ପରୀକ୍ଷା; ଆସନ୍ତା ୨୮ରୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ୱର: ୨୦୨୪ +୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତ ଥିଓରୀ ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହେବ । ପୂର୍ବରୁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀ ଫମ ର୍ପୂରଣରୁ ବଞ୍ôଚତ ହୋଇଥିଲେ । ତେଣୁ ଫର୍ମ ପୂରଣ ଲାଗି ଶେଷ ସୁଯୋଗ ଡିସେମ୍ବର ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ୩ଦିନ ଦିଆଯାଇଥିଲା । ଏହି ୩ଦିନରେ ୧୮ଶହ ପିଲା ଫର୍ମ ପୁରଣ କରିଛନ୍ତି । ତେବେ ଆଉ ଫର୍ମ ପୂରଣ କରିବାକୁ ସୁଯୋଗ ଦିଆଯିବ ନାହିଁ । ତେବେ ପ୍ରଥମ ପର୍ଯ୍ୟାୟ ଫର୍ମପୂରଣରେ ଚଳିତବର୍ଷ ମୋଟ ୩,୮୪,୫୯୭ଜଣ ଫର୍ମ ପୂରଣ କରିଥିଲେ । ଏମାନଙ୍କ ମଧ୍ୟରେ ୩,୫୯,୦୩୯ଜଣ ରେଗୁଲାର ଛାତ୍ରଛାତ୍ରୀ ଥିବା ବେଳେ ୨୫,୫୫୮ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଥିଲେ । ମାତ୍ର ୨ୟ ପର୍ଯ୍ୟାୟ ଫର୍ମପୂରଣ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷାର୍ôଥଙ୍କ ସଂଖ୍ୟା ବୃଦ୍ଦି ପାଇ ୩ଲକ୍ଷ ୮୬ହଜାର ୩୯୭ରେ ପହଞ୍ଛଛି । ତେବେ ପରୀକ୍ଷାର୍ôଥଙ୍କୁ ଆଡମିଟ୍‌କାର୍ଡ ଆସନ୍ତା ୨୮ତାରିଖରେ ପ୍ରଦାନ କରାଯିବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡିଛି ।
ସେହିପରି ସମସ୍ତ ଥିଓରୀ ପରୀକ୍ଷା ଫେବୃଆରୀ ୧୬ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ । ପ୍ରଥମେ ଦିନ ବଜ୍ଞାନ ପରୀକ୍ଷା ରହିଛି । ପରଦିନ ଅର୍ଥାତ୍ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ହେବ । ତେବେ ଚଳିତବର୍ଷ କଳାରେ ମୋଟ୍ ୨ଲକ୍ଷ ୩୬ହଜାର ୪୨୫ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବିଜ୍ଞାନରେ ୧ଲକ୍ଷ ୧୬ହଜାର ୪୪୭ଜଣ, ବାଣିଜ୍ୟରେ ୨୫ହଜାର ୯୬୦ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୭୬୫ଜଣ ପରୀକ୍ଷା ଦେବେ । ମେ’ ୧୦ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି ।
ପରୀକ୍ଷାରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି +୨ ପରିଷଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ମୋଟ୍ ୨୦୬୫ଟି ଜୁନିୟର କଲେଜ ରହିଛି । ସେଥିରୁ ୧୧୫୧ଟି କଲେଜକୁ ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ କରାଯାଇଛି । ସେହିପରି ପ୍ରଶ୍ନପତ୍ର ସୁରକ୍ଷା ଲାଗି ୨୦୨ଟି ପରୀକ୍ଷା ହବ୍ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ପରୀକ୍ଷାକେନ୍ଦ୍ର ଭାବେ ଚୟନ ହୋଇଥିବା କଲେଜରେ ସଠିକ ଭାବେ କିପରି ପରୀକ୍ଷା ହେବ ସେଥିଲାଗି ସମ୍ପୃକ୍ତ ପରୀକ୍ଷାକେନ୍ଦ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ ହୋଇଥିବା କଲେଜରେ ୮ଟି ମାନଦଣ୍ଡକୁ ଗୁରୁତ୍ୱ ଦିଆଯିବ । ସେଥିରେ ସିସି କ୍ୟାମେରା, ଶିକ୍ଷକଙ୍କ ସଂଖ୍ୟା, ଶ୍ରେଣୀ କକ୍ଷ ସଂଖ୍ୟା, ପିଇବା ପାଣି ବ୍ୟବସ୍ଥା, ଶୌଚାଳୟ, ପାଚେରୀ, ମୁଖ୍ୟ ଫାଟକରେ ଗ୍ରୀଲ, ଚେଷ୍ଟ ଆଇରନ୍ ଲକର ରହିଥିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କଲେଜରେ ଥିବା ଇଣ୍ଟରନେଟ୍ ସ୍ପିଡ୍ ଏବଂ ସିସି କ୍ୟାମେରା କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ମଧ୍ୟ ପରୀକ୍ଷା କରାଯିବ । ଏହି ଯାଞ୍ଚ ପ୍ରକ୍ରିୟା ଜାନୁଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ୧୫ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରାଯିବା ପରେ ଜାନୁଆରୀ ୩୦ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଯଦି କେଉଁ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ସେମାନଙ୍କ ନାମରେ କିଛି ତୃଟି ରହିଥିବ ତାହାକୁ ସଂଶୋଧନ ଲାଗି କଲେଜର କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଲାଗି ସମସ୍ତ କଲେଜକୁ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପଠାଯାଇଥିବା ବେଳେ ୬୦କିମି ପରିସୀମା ମଧ୍ୟରେ ରହିଥିବା କଲେଜଗୁଡିକରୁ ୩୦ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ଏବଂ ପରୀକ୍ଷା ସମ୍ପର୍କୀତ ସାମଗ୍ରୀ ପଠାଯିବ । ପ୍ରାକ୍ଟିକାଲ ପରୀକ୍ଷାରେ ଯେପରି କୌଣସି ସମସ୍ୟା ନହେବ ସେଥିଲାଗି ଏକ୍ସଟରନାଲଙ୍କୁ ଚୟନ କରାଯାଇଛି । ପାକ୍ଟିକାଲ ରୁମ୍‌ରେ ସିସି ଟିଭି ବାଧ୍ୟତାମୂଳକ କରାଯାଇଥିବା ବେଳେ ଯଦି ସିସି ନଥିବା କିମ୍ବା ପରୀକ୍ଷା ସ୍ୱଚ୍ଛତା ସମ୍ପର୍କରେ କୌଣସି ପରୀକ୍ଷାର୍ଥୀ ଅଭିଯୋଗ କରନ୍ତି ତେବେ ସେହି କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି +୨ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking