26.1 C
Bhubaneswar
Thursday, April 30, 2026
Homeଓଡିଶାବ୍ରାହ୍ମଣୀରେ ବୁଡ଼ି ଗଲେ +୨ ଛାତ୍ର

ବ୍ରାହ୍ମଣୀରେ ବୁଡ଼ି ଗଲେ +୨ ଛାତ୍ର

ଯାଜପୁର : ଯାଜପୁର ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ନିଖୋଜ ହୋଇଯାଇଛନ୍ତି ଜଣେ କଲେଜ ଛାତ୍ର। ନିଖୋଜ ଛାତ୍ର ଜଣଙ୍କ ହେଲେ ସେକ ଜାଲାଲ। ସେ ବ୍ରାହ୍ମବାଦା କଲେଜରେ ଯୁକ୍ତ ୨ ଛାତ୍ର। ଆଜି ସେ ରସୁଲପୁର ବ୍ଲକ ବ୍ରାହ୍ମବରଦା ଥାନା ଚାନ୍ଦପୁର ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ଥିବା ବାଲିଖାଦାନ ଗଣ୍ଡରେ ପଡ଼ି ଯାଇଥିଲେ। ଗଣ୍ଡରେ ପାଣି ଅଧିକ ଥିବାରୁ ସେ ବୁଡ଼ି ଯାଇଥିଲେ। ଖବର ପାଇ ଓଡ୍ରାଫ ଟିମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଏଯାଏ ତାଙ୍କର କୌଣସି ପ୍ରକାରର ପତ୍ତା ମିଳିନାହିଁ। ସେ ଗଣ୍ତରେ ପଡ଼ି ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା କୁହାଯାଉଛି। ଓଡ୍ରାଫ ଟିମ ତାଙ୍କୁ ନଦୀ ଭିତରେ ଖୋଜିବା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking