27.1 C
Bhubaneswar
Friday, July 11, 2025
Homeଓଡିଶା+୨ ଫିଜିକ୍ସ ପିଲା ପାଇବେ ଗ୍ରେସମାର୍କ

+୨ ଫିଜିକ୍ସ ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର : +୨ ଫିଜିକ୍ସ ପରୀକ୍ଷାକୁ ନେଇ ତ୍ରୁଟି ମାନିଲା ସିଏଚଏସଇ। ସିଏଚଏସଇ ଯୁକ୍ତ ଫିଜିକ୍ସ ପରୀକ୍ଷା ତ୍ରୁଟି ମାନିଲେ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉଟ ଅଫ୍‌‌ ସିଲାବସ୍‌‌ ନୁହେଁ,ଚଏସ ଡେଫିସିଟ୍‌‌ ରହିଛି। ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସ୍‌‌କୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା। କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌‌ ଡେଫିସିଟ୍‌‌ ରହିଛି। ମୋଟ ୧୯ ନମ୍ବର ଚଏସ୍‌‌ ଡେଫିସିଟ୍‌‌ ରହିଛି। ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପଟ୍‌‌ ନେଇଥିବେ ସେମାନେ ଗ୍ରେସ୍‌‌ ମାର୍କ ପାଇବେ। ଆଟେମ୍ପଟ୍‌‌ ନେଇ ନଥିଲେ ପିଲାଙ୍କୁ ଗ୍ରେସ୍‌‌ ମାର୍କ ମିଳିବ ନାହିଁ। ଯେତିକି ଚଏସ ଡେଫିସିଟ୍‌‌ ପ୍ରଶ୍ନ ଆଟେମ୍ପଟ୍‌‌ ନେଇଥିବେ ତାହାର ପୂରା ମାର୍କ ପାଇବେ। ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍‌‌ ମାର୍କ ମିଳିବ ନାହିଁ। ଗୋଟିଏ ପ୍ରଶ୍ନ ଆଉଟଅଫ୍‌‌ ସିଲାବସ୍‌‌,ତାହାର ପୂରା ମାର୍କ ସମସ୍ତେ ପାଇବେ। କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking