24.1 C
Bhubaneswar
Tuesday, February 18, 2025
Homeଅପରାଧରାସ୍ତାରେ ଝାଡୁ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ, ୨ ଗିରଫ

ରାସ୍ତାରେ ଝାଡୁ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ, ୨ ଗିରଫ

ଭୁବନେଶ୍ୱର: ରାସ୍ତାରେ ଝାଡୁ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ପରେ ରକ୍ତପାତ । ଏହି ଅଭିଯୋଗରେ ଭରତପୁର ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ନିରଞ୍ଜନ ପାତ୍ର ଏବଂ ପ୍ରଫୁଲ ପାତ୍ର । ଭଭୟଙ୍କ ଘର କେନ୍ଦ୍ରାପଡା ଜିଲା ତନାର ଗ୍ରାମରେ ହୋଇଥିଲା ବେଳେ ଭୁବନେଶ୍ୱର ଜଗନ୍ନାଥ ହୋଟେଲ ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ରହୁଛନ୍ତି । ଘଟଣାକ୍ରମେ ଏହି ଯେ, ଅଭିଯୁକ୍ତ ନିରଞ୍ଜନଙ୍କର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଗୋଟିଏ ହୋଟେଲ ଅଛି । ଗତ କାଲି ସକାଳ ୮ଟା ସମୟରେ ପୀଡିତ ନୀଳ ଏବଂ ତାଙ୍କ ସାଙ୍ଗ ଉକ୍ତ ହୋଟେଲ ନିକଟରେ ଚା ପିଉଥିଲେ ।

ସେହି ସମୟରେ ଅଭିଯୁକ୍ତ ପ୍ରଫୁଲ୍ଲ ହୋଟେଲ ବାହାର ଝାଡୁ କରୁଥିବାରୁ କିଛି ଧୁଳିକଣା ଉଡ଼ିଥିଲା, ଯାହା ପୀଡ଼ିତଙ୍କ ପାଇଁ ଅସ୍ୱାସ୍ଥ୍ୟକର ହେଉଥିବାରୁ ସେ ବିରୋଧ କରିବା ସହ ସକାଳୁ ଶୀଘ୍ର ସଫା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଶୁଣି ଅଭିଯୁକ୍ତ ନିରଞ୍ଜନ ଓ ତାଙ୍କର ଭାଇ ପୀଡିତଙ୍କୁ ଦୁର୍ବ୍ୟବହାର କରିବା ସହିତ ଏକ ଷ୍ଟିଲ ଜଗରେ ମରଣାନ୍ତକ ଆକ୍ରମଣ କରିଥିଲେ । ପୀଡ଼ିତ ଗୁରୁତ୍ତର ହୋଇଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ପୀଡ଼ିତଙ୍କ ମା ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଭରତପୁର ଥାନା ପୁଲିସ ତୁରନ୍ତ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking