27.1 C
Bhubaneswar
Thursday, June 12, 2025
Homeଓଡିଶାପୋଖରୀରେ ବୁଡି ୨ ନାବାଳିକା ମୃତ

ପୋଖରୀରେ ବୁଡି ୨ ନାବାଳିକା ମୃତ

ବାଲେଶ୍ୱର : ପୋଖରୀରେ ବୁଡି ୨ ନାବାଳିକାଙ୍କ ଜୀବନ ଚାଲିଯାଇଛି। ଏଭଳି ଅଭାବନୀୟ ଘଟଣା ସଦର ଥାନା ଓଡଙ୍ଗି ଗାଁରେ ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ଗାଁ ପୋଖରୀରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି। ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟଙ୍କ ଆନୁମାନିକ ବୟସ ୧୦ ରୁ ୧୨ ବର୍ଷ ହେବ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଏଭଳି ଅଘଟଣ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking