34.1 C
Bhubaneswar
Thursday, June 20, 2024
Homeଓଡିଶାକୁଏତ ଅଗ୍ନିକାଣ୍ଡରେ ଯାଇଛି ୨ ଓଡ଼ିଆ ଶ୍ରମିକଙ୍କ ଜୀବନ

କୁଏତ ଅଗ୍ନିକାଣ୍ଡରେ ଯାଇଛି ୨ ଓଡ଼ିଆ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ : କୁଏତ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ଗଞ୍ଜାମର ହୋଇଥିବା ସୂଚନା ମିଳିଛି । ସ୍ବତନ୍ତ୍ର ବାୟୁସେନା ବିମାନରେ କୋଚି ବିମାନବନ୍ଦରରେ ପହଞ୍ଚିଛି ମୃତଦେହ ମୃତଦେହ ପହଞ୍ଚିଛି । ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ ୨୩ ଜଣ ମୃତକ କେରଳର ରହିଥିବା ବେଳେ ୭ ଜଣ ତାମିଲନାଡୁ, ଆନ୍ଧ୍ରପ୍ରଦେଶର ତିନି ଜଣ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ହରିୟାଣା, ପଞ୍ଜାବ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି । ଏହି ଅଘଟଣରେ ୪୫ ଭାରତୀୟଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି । ସୂଚନା ମୁତାବକ ଜଣେ ମୃତକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମହମ୍ମଦ ଜାହୁର ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମ ରଣଝାଲ୍ଲୀ ଗ୍ରାମର ସନ୍ତୋଷ କୁମାର ଗୌଡ଼ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ବେଳେ ମୃତକଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ କୁଏତ କର୍ତ୍ତୃପକ୍ଷ ନିରନ୍ତର କାର୍ୟ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking