37.1 C
Bhubaneswar
Friday, May 17, 2024
Homeଅପରାଧ୨ ନକଲି ଇଡି ଅଧିକାରୀ ଗିରଫ

୨ ନକଲି ଇଡି ଅଧିକାରୀ ଗିରଫ

ଭୁବନେଶ୍ୱର: ଧରାପଡିଲେ ନକଲି ଇଡି ଅଧିକାରୀ। ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଦୁଇ ଭାଇ। ଏଭଳି କିଛି ଅଭିଯୋଗ ଆସିବା ପରେ ଏବେ ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଢେଙ୍କାନାଳର ଦୁଇ ଭାଇ ତାରିଣୀ ସେନ ଓ ବ୍ରହ୍ମଶଙ୍କର ମହାପାତ୍ର। ସୂଚନା ମୁତାବକ, ଝାଡ଼ଖଣ୍ଡ ରାଞ୍ଚିରେ ଏମାନେ ରହୁଥିଲେ। ଅଭିଯୁକ୍ତ ଦୁଇ ଭାଇ ନିଜକୁ ଇଡି ଅଫିସର୍ କହି ୩ ଶହ ସରକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ଇଡି ରେଡ୍ ହେଉଥିଲା ସେଠି ଏମାନେ ପହଞ୍ଚି ଯାଉଥିଲେ। ଏମାନଙ୍କୁ ଗିରଫ କରିବା ପରେ ୧୬ ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜକସନ୍ ହୋଇଥିବା ଜାଣିବାକୁ ପାଇଛି ପୁଲିସ। ଦୁଇ ଅଭିଯୁକ୍ତଙ୍କ ପାଖରୁ ବ୍ୟାଙ୍କ ପାସବୁକ, ନକଲି ଇଡି ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking