18.1 C
Bhubaneswar
Thursday, January 23, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨+୨ ପରୀକ୍ଷା: ଆଜିଠାରୁ ପୁଣି ଫର୍ମପୂରଣ: ଦୁଇଦିନ ସୁଯୋଗ

+୨ ପରୀକ୍ଷା: ଆଜିଠାରୁ ପୁଣି ଫର୍ମପୂରଣ: ଦୁଇଦିନ ସୁଯୋଗ

ଭୁବନେଶ୍ୱର: +୨ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲରୁ ଆରମ୍ଭ ହେବ । ତେବେ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୪ରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଥିଓରୀ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ’ ୨୮ରେ ଶେଷ ହେବ । ତେଣୁ ଚଳିତବର୍ଷ ଯେପରି ସବୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ, ସେଥିଲାଗି +୨ ପରିଷଦ ପକ୍ଷରୁ ସତ୍ୱନ୍ତ୍ର ସୁବିଧା ଦିଆଯାଇଛି । ଚଳିତବର୍ଷ ପରୀକ୍ଷା ଦେବାକୁ ଯଦି କେଉଁ ଛାତ୍ରଛାତ୍ରୀ କୌଣସି କାରଣରୁ ଫର୍ମ ପୂରଣ କରିପାରିନାହାନ୍ତି ତେବେ ସେମାନଙ୍କ ଲାଗି ପୁଣି ଫର୍ମ ପୂରଣ କରିବାକୁ ସୁଯୋଗ ଦିଆଯାଇଛି । ଏହି ଛାତ୍ରଛାତ୍ରୀମାନେ ଆଜି (୨୮ ତାରିଖ) ଓ କାଲି(୨୯ ତାରିଖ) ଦୁଇଦିନ ଫର୍ମ ପୂରଣ କରିପାରିବେ ।

ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୪୫୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ତେବେ ପରୀକ୍ଷା ଫି’ ଦାଖଲ ଲାଗି ୩୦ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି । ଅପରପକ୍ଷେ ୨ଦିନ ବ୍ୟାଙ୍କ୍ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀ କିଭଳି ଫି’ ପୈଠ କରିବେ ତାହା ଚର୍ଚ୍ଚାରେ ରହିଛି । ତେବେ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ଠାରୁ ନଗଦ ଅର୍ଥ ରଖି ଫର୍ମପୂରଣ କରିବାକୁ ସୁଯୋଗ ଦେବା ପରେ ବ୍ୟାଙ୍କ ଖୋଲିଲେ ଅର୍ଥରାଶି ବ୍ୟାଙ୍କରେ ଜମା କରିବେ ବୋଲି କିଛି କଲେଜର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଏହାବ୍ୟତୀତ ୨ଦିନ ଫର୍ମପୂରଣ କରିବାକୁ ସୁଯୋଗ ଦିଆଯାଇଥିବା ବେଳେ ୩୦ତାରିଖ ପର୍ଯ୍ୟନ୍ତ ଫି’ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ୩୦ତାରିଖରେ ପରୀକ୍ଷା ଫି’ ଜମା କରିହେବ ବୋଲି କୁହାଯାଇଛି । ତେବେ ଏ ସମ୍ପର୍କରେ +୨ ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି କିଛି କଲେଜର କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking