17.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨+୨ ଇ-ମୂଲ୍ୟାଙ୍କନ ପ୍ରସଙ୍ଗ : ଟିସିଏସ୍‌, ମେରିଟ୍‌-ଟ୍ରାକ୍ ପରେ ଏଥର ଓକାକ୍‌କୁ ମିଳିବ ଦାୟିତ୍ୱ

+୨ ଇ-ମୂଲ୍ୟାଙ୍କନ ପ୍ରସଙ୍ଗ : ଟିସିଏସ୍‌, ମେରିଟ୍‌-ଟ୍ରାକ୍ ପରେ ଏଥର ଓକାକ୍‌କୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର: ଚଳିତବର୍ଷ +୨ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହେବାକୁ ଥିବା ବେଳେ ମେ’ ପ୍ରଥମସପ୍ତାହରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଇ-ମୂଲ୍ୟାଙ୍କନ ପଦ୍ଧତିରେ ଖାତା ଦେଖା ହେବ । ଇ-ମୂଲ୍ୟାଙ୍କନ ପାଇଁ ପ୍ରଥମରୁ ବିଭିନ୍ନ ଆଇଟି କମ୍ପାନୀକୁ ଦାୟିତ୍ୱ ଦିଆଯାଉଥିଲା । ପ୍ରଥମରୁ ଟିସିଏସ୍‌କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମେରିଟ୍ ଟ୍ରାକ୍‌କୁ ଇ-ମୂଲ୍ୟାଙ୍କନ ପାଇଁ ଟେଣ୍ଡର ଦିଆଯାଇଥିଲା । ମାତ୍ର ଚଳିତବର୍ଷ ଇ-ମୂଲ୍ୟାଙ୍କନ ଲାଗି ରାଜ୍ୟ ବାହାରର କିଛି ଆଇଟି କମ୍ପାନୀ ଲବି କରୁଥିବା ବେଳେ ଏଥର ଓକାକ୍‌କୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷାରେ ୩ଲକ୍ଷ ୩୨ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପୂର୍ବରୁ ମାନୁଆଲ ପଦ୍ଧତିରେ ଖାତାଦେଖା ସମୟରେ ଉତ୍ତରଖାତା ପିଛା ୧୦ଟଙ୍କାରୁ ୧୪ଟଙ୍କା ଦିଆଯାଉଥିବା ବେଳେ ଇ-ମୂଲ୍ୟାଙ୍କନ ଲାଗି ଖାତାପିଛା ୫୦ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି । ତେବେ ଚଳିତବର୍ଷ ଯଦି ଓକାକ୍‌କୁ ମୂଲ୍ୟାଙ୍କନ ଦାୟିତ୍ୱ ଦିଆଯାଏ ତେବେ ପ୍ରାୟ ଦେଢ଼କୋଟି ଟଙ୍କା ପରିଷଦର ବ୍ୟୟ ହେବ । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।
+୨ ପରିଷଦର କିଛି କର୍ମଚାରୀ ଅଭିଯୋଗ କରିଛନ୍ତି ଯେ, ଗତକିଛି ବର୍ଷ ହେବ +୨ପରୀକ୍ଷାରେ ଅଯଥା କୋଟିକୋଟି ଟଙ୍କା ବ୍ୟୟ ହେଉଛି । ପୂର୍ବରୁ ପରୀକ୍ଷାଖାତା ମାନୁଆଲ ପଦ୍ଧତିରେ ମୂଲ୍ୟାୟନ କରାଯାଉଥିଲା । ଅଳ୍ପ ଖର୍ଚ୍ଚ ହେଉଥିଲା । ଏପରିକି ମୁଲ୍ୟାୟନରେ ଖୁବକମ୍ ତ୍ରୁଟି ରହୁଥିଲା । ଏପରିକି ତ୍ରୁଟି ମାତ୍ର ୨/୩ମାର୍କ ମଧ୍ୟରେ ରହୁଥିଲା । ମାତ୍ର ଡିଜିଟାଲ ପଦ୍ଧତିରେ ଉତ୍ତରଖାତା ସ୍କାନିଂ କରି ମୁଲ୍ୟାୟନ କରିବା ଲାଗି ପୂର୍ବାପେକ୍ଷା ୬ଗୁଣା ବ୍ୟୟ ହେଉଛି ଏବଂ ପରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ହେଉଛି । ଏପରିକି ଉତ୍ତରଖାତାରେ ୪୦/୪୪ମାର୍କ ଭୁଲ ଥିବା ଜଣାପଡ଼ିଛି । ତେଣୁ ମାନୁଆଲ ପଦ୍ଧତିକୁ ବନ୍ଦ କରି ଆଇଟି କମ୍ପାନୀକୁ ମୁଲ୍ୟାୟନ ଦାୟିତ୍ୱ ଦିଆଯିବା ପଛରେ କି ରହସ୍ୟ ରହିଛି ବୋଲି ତାହାର ଯାଞ୍ଚ କରାଯାଉ । ପୂର୍ବରୁ ରାଜ୍ୟ ବାହାରର ଆଇଟି କମ୍ପାନୀକୁ ଖାତାଦେଖା ଦାୟିତ୍ୱ ଦିଆଯାଉଥିବା ବେଳେ ଏଥର ପରିକ୍ଷା ପରିଚାଳନାର ସମସ୍ତ ଦାୟିତ୍ୱ ଓକାକକୁ ଦେବାକୁ ମସୁଧା ପୂର୍ବରୁ ଆରମ୍ଭ ହୋଇଛି । +୨ ପରିଷଦ ଏକ ସ୍ୱୟଂ ଚାଳିତ ସଂସ୍ଥା ହୋଇଥିବାରୁ ଏହାର ଆୟ କେବଳ ପିଲାଙ୍କ ଫର୍ମପୂରଣରୁ ହିଁ ହୋଇଥାଏ । ଗତକିଛି ବର୍ଷ ହେବ ଏହାର ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି । ଆଇଟି କମ୍ପାନୀକୁ ଇ-ମୂଲ୍ୟାଙ୍କନ ଲାଗି ଖାତା ପିଛା ଯେତିକି ଟଙ୍କା ଦିଆଯାଉଥିଲା ଏଥର ଖାତାଦେଖା ଲାଗି ଖାତାପିଛା ଦର ଅଧିକ ରହିଛି । ଫଳରେ ବ୍ୟୟ ଅଧିକ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆଇଟି କମ୍ପାନୀକୁ ଇମୂଲ୍ୟାୟନ ଦେବା ନିଷ୍ପତ୍ତି କିଏ ନେଉଛି ଏବଂ ଏହା ପଛରେ କିସ୍ୱାର୍ଥ ରହିଛି ତାହାର ତଦନ୍ତ କରିବାକୁ ଦାବି ହୋଇଛି । ଏପରି ସମସ୍ୟା ସମ୍ପର୍କରେ +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକଙ୍କୁ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇପାରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking