କୋରାପୁଟ : ଜଣକୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କର ହେଲା କାଳ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ନୁଆଁ ଗଁ। ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଲିଗାବଡ଼ର ଗାଁରେ । ନିର୍ମାଣଧୀନ କୂଅ ରେ ପଡି ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟକି ରବିବାର ଦିନ ଅପରାହ୍ନ ୫ ଟା ସମୟରେ ନାବାଳକ ପ୍ରିନ୍ସ ପାଙ୍ଗି ବୟସ୧୦ବର୍ଷ ପିତା କାଙ୍ଗୁ ପାଙ୍ଗି , ସାଙ୍ଗ ସାଥି ମାନଙ୍କ ସହ ଖେଳୁଥିବା ସମୟରେ ନିର୍ମାଣାଧୀନ କୂଅ ଭିତରକୁ ପଡିଯାଇଥିଲା , ଏହା ଦେଖି ଗୋରୁ ଚରାଇବାକୁ ଯାଇଥିବା ଗ୍ରାମର କଏଂରା ପାଙ୍ଗି ବୟସ ୫୦ ତାକୁ ଉଦ୍ଧାର କରିବା ନିମନ୍ତେ ଯିବା ସମୟରେ ମାଟି ଅତଡା ଖସି କୂଅରେ ପଡି ଯାଇଥିଲେ । ସସୂଚନା ଅନୁଯାୟୀ ଗ୍ରାମରେ ଜଣେ ବ୍ୟକ୍ତି ସେହି ଦିନ ପାଣି ସଞ୍ଚିବା ନିମନ୍ତେ ଏକ ୧୦ ଫୁଟ ବିଶିଷ୍ଟ କୂଅ ଖୋଳିଥିଲେ । ସେହି କୂଅରେ ପାଣି ଭର୍ତ୍ତି ରହିଥିଲା ଏବଂ ମାଟି ଅତଡା ଖସିବା ଫଳରେ ଉଭୟ କୂଅ ଭିତରୁ ବାହାରି ପାରିନଥିଲେ । ବାହାରି ନ ପାରିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଘଟଣାକୁ ନେଇ ସୋମବାର ନାବାଳକର ଦାଦା ରଞ୍ଜନ କୁମାର ପାଙ୍ଗି ପଟାଙ୍ଗି ଥାନାରେ ଲିଖିତ ଆକାରରେ ଜଣାଇବା ପରେ ଥାନା ଏଏସଆଇ ଅନିମେଶ ମାଳି ଓ କନେଷ୍ଟବଳ ଗୋବର୍ଦ୍ଧନ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ୨ଟି ମୃତ ଶରୀରକୁ ଉଦ୍ଧାର କରିବା ସହ ସବ ବ୍ୟବଚ୍ଛେଦ କରି ମୃତ୍ୟ ଶରୀରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଘଟଣାରେ ପଟ୍ଟାଙ୍ଗି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଚଳାଇଥିବା ଜଣାପଡିଛି ।