27.8 C
Bhubaneswar
Thursday, July 30, 2026
Homeଓଡିଶାବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ

ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ

କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନ ଏରବଙ୍ଗ ପଞ୍ଚାୟତ ଡିହସାହି ଗ୍ରାମରେ ଅଘଟଣ। ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାମାନେ ହେଲେ ସରସ୍ୱତୀ ସ୍ୱାଇଁ(୧୮) ଓ ରିନା ଭୋଇ। ଏରବଙ୍ଗ ପଞ୍ଚାୟତ ଡିହସାହି ଗ୍ରାମର ସରସ୍ବତୀ ଜେଜେ ମା’ ଦଶତୁଠ କୁ ଶୁଦ୍ଧି ହେବାକୁ ଯାଇଥିଲେ। ଏହି ସମୟରେ ହଠାତ ବଜ୍ରପାତ ହେବାରୁ ଅଚେତ ହୋଇ ପଡିଥିଲେ।

ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଆଉ ଜଣେ ମହିଳା ସେହି ଗ୍ରାମର ରିନା ଭୋଇ ଛେଳି ଚରାଉଥିବା ସମୟରେ ବଜ୍ରପାତରେ ଟଳି ପଡିଥିଲେ। ତାଙ୍କୁ ଗ୍ରାମବାସୀ ଗୋପ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking