24.1 C
Bhubaneswar
Thursday, May 9, 2024
Homeଓଡିଶାବାଇକ୍ ଦୁର୍ଘଟଣାରେ ୨ ମୃତ

ବାଇକ୍ ଦୁର୍ଘଟଣାରେ ୨ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଇରଭାଡ଼ି ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ମୃତକ ଦ୍ୱୟ ହେଲେ ଲିଟିସର୍ଗୀ ଗ୍ରାମ ତୁଳସୀପଡ଼ାର କ୍ଷୀରସିନ୍ଧୁ ଘିଭେଲା (୨୫) ଓ କୁଞ୍ଜବିହାରୀ ଭୋଇ (୨୬) । ଉଭୟେ ଶୁକ୍ରବାର କ୍ଷୀରସିନ୍ଧୁଙ୍କ ଶ୍ୱଶୁର ଘର ଖଇରଭାଡ଼ି ଗ୍ରାମରୁ ନୂଆଁଖାଇ ବାସି ମାନି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, କ୍ଷୀରସିନ୍ଧୁ ଶୁକ୍ରବାର ତାଙ୍କ ଶ୍ୱଶୁର ଘରକୁ ନୂଆଁଖାଇ ବାସି ମାନିବାକୁ କୁଞ୍ଜବିହାରୀଙ୍କ ସହିତ ବାଇକ୍‌ରେ ଆସିଥିଲେ ।

ଫେରୁଥିବା ସମୟରେ ଦ୍ରୁତ ଗତିରେ ଥିବା ବାଇକ୍ (ଓଡି ୨୬ଇ ୪୬୪୯) ଖଇରଭାଡ଼ି ଓ ବାବେବିର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍ ସହ ଉଭୟେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ କ୍ଷୀରସିନ୍ଧୁଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ କୁଞ୍ଜବିହାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୋଡ଼େନ ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ତାଙ୍କୁ ଖଡ଼ିଆଳ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking